ବାଇଡେନ୍ ବନିଲେ ସେୟାର ବଜାର ବୁଷ୍ଟର, ଜାଣନ୍ତୁ କାହିଁକି ରେକର୍ଡ ଭାଙ୍ଗିଲା ସେନ୍‌ସେକ

0 337

ନୂଆଦିଲ୍ଲୀ,୨୧/୧(ସତ୍ୟସନ୍ଧାନ ଡେସ୍କ)ଭାରତୀୟ ସେୟାର ବଜାର ଗୁରୁବାର ଇତିହାସ ରଚିଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ସେନ୍‌ସେକ୍ସ ପ୍ରଥମ ଥର ପାଇଁ ୫୦ ହଜାର ପାର କରିଛି । ସେୟାର ବଜାର ଆଜି ସେନ୍ସେକ୍ସ ୫୦,୦୯୬.୫୭ ପଏଣ୍ଟରେ ଏବଂ ନିଫ୍ଟି ୧୪,୭୩୦ ପଏଣ୍ଟରେ ଖୋଲିଛି । ଆମେରିକାରେ ଜୋ ବାଇଡେନ ବୁଧବାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ଏହା ସହ ଆମେରିକାରେ ବାଇଡେନ୍ ଯୁଗର ଆରମ୍ଭ ହୋଇଛି । ଏହି ପରିବର୍ତ୍ତନକୁ ସାରା ବିଶ୍ୱର ନଜର ରହିଥିଲା । ବାଇଡେନ୍ ଶପଥ ନେବା ପରେ ଟ୍ରମ୍ପଙ୍କ କେତେକ ନୀତିକୁ ବଦଳାଇ ଦେଇଥିଲେ ଏବଂ ଐତିହାସିକ ପଦକ୍ଷେପ ନେଇଥିଲେ । ଯାହାକି ଭାରତୀୟ ନିବେଶକଙ୍କ ଉପରେ ପ୍ରଭାବ ପକାଇଥିଲା ।
୨ ବର୍ଷରେ ୧୦ ହଜାର ପଏଣ୍ଟ-୧୯୯୯ ମସିହାରେ ପ୍ରଥମ ଥର ପାଇଁ ସେନ୍ସେକ୍ସ ୫ ହଜାର ପଏଣ୍ଟରେ ପହଞ୍ଚିଥିଲା । ଏହାର ୮ ବର୍ଷ ପରେ ୨୦ ହଜାର ପଏଣ୍ଟ ପାର କରିଥିଲା ଏବଂ ୧୨ ବର୍ଷ ପରେ ୪୦ ହଜାର ଅଙ୍କରେ ପହଞ୍ଚିଥିଲା । କିନ୍ତୁ ପୂର୍ବ ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଏଥିରେ ୧୦ ହଜାର ପଏଣ୍ଟ ବୃଦ୍ଧି ହୋଇ ସେନ୍ସେକ୍ସ ୫୦ ହଜାର ପାର କରିଦେଇଥିଲା ।ପ୍ରଭାବିତ ସେକ୍ଟର-ବିଏସ୍‌ଇରେ ଆଜି ପ୍ରାୟ ସବୁ ସେକ୍ଟରରେ ଉତ୍ସାହ ଦେଖିବାକୁ ମିଳିଥିଲା । କାରବାର ଆରମ୍ଭରୁ ଅଟୋ, କ୍ୟାପଟଲ୍ ଗୁଡ୍ସ, କନ୍ଜ୍ୟୁମର ଡ୍ୟୁରେବଲ୍ସ୍, ଏଫ୍ଏମ୍ସିଜି, ଫାର୍ମା, ଆଇଟି, ମେଟାଲ୍, ଅଏଲ୍ ଏବଂ ଗ୍ୟାସ୍, ପିଏସ୍ୟୁ ଏବଂ ଟେକ୍ ସେକ୍ଟରରେ ଭଲ ଉତ୍ସାହ ରହିଥିଲା ।ଏହି ଷ୍ଟକ୍ ଗୁଡ଼ିକରେ ବୃଦ୍ଧି-ଆଜି ଟାଟା ମୋଟର୍ସ, ୟୁପିଏଲ୍, ୱିପ୍ରୋ, ବାଜାଜ୍ ଫିନ୍ସର୍ଭ, ବାଜାଜ୍ ଫାଇନାନ୍ସ, ବାଜାଜ ଅଟୋ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚ୍ସିଏଲ୍ ଟେକ୍ନୋଲୋଜିର ଷ୍ଟକ୍ ରେ ୩.୬୯ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳୁଛି । ସେହିପରି ଏଚ୍ଡିଏଫ୍ସି, ଟିସିଏସ୍, ଆଦାନୀ ପୋଟର୍ସ ଆଣ୍ଡ ଏସ୍ଇଜେଡ୍, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ନେସଲେ ଇଣ୍ଡିଆର ଷ୍ଟକ୍ର ମୂଲ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।ଏହି ସପ୍ତାହର ତୃତୀୟ ଦିନ ଅର୍ଥାତ ବୁଧବାର କାରବାରର ଆରମ୍ଭ ସେନ୍ସେକ୍ସରେ ୧୧୦ ପଏଣ୍ଟ ଉତ୍ସାହର ସହ ୪୯,୫୦୮.୭୯ ଅଙ୍କରେ ଏବଂ ନିଫ୍ଟିରେ ୧୭ ପଏଣ୍ଟ ବୃଦ୍ଧି ହୋଇ ୧୪, ୫୩୮ ଅଙ୍କରେ ହୋଇଥିଲା । ସେହିପରି ଶେଷ ବେଳକୁ ୩୯୩.୮୩ ପଏଣ୍ଟ ବୃଦ୍ଧି ହୋଇ ସେନ୍ସେକ୍ସ ୪୯,୭୯୨ ଏବଂ ନିଫ୍ଟିରେ ୧୨୩ ଅଙ୍କ ବୃଦ୍ଧି ହୋଇ ୧୪, ୬୪୪ ପଏଣ୍ଟରେ ମାର୍କେଟ୍ ବନ୍ଦ ହୋଇଥିଲା ।

Leave A Reply

Your email address will not be published.