ବଜ୍ରାଘାତରେ ଜଣେ ମୃତ

0 203

ବାଲିପାଟଣା,୩୦/୬(ଏସଏସନିୟୁଜ) କଖାରୁ କିଆରିରେ କାମକରୁଥିବାବେଳେ ଗୁଆପୁର ପଞ୍ଚାୟତ କୁଞ୍ଚୁପଦା ଗ୍ରାମର ରଞ୍ଜନ ସେନାପତି ନାମକ ବ୍ୟକ୍ତିଙ୍କର ଆଜି ବଜ୍ରାଘାତରେ ମୃତ୍ୟୁ ହୋଇଛି । ଅପରାହ୍ନ ରେ ହଠାତ ବଜ୍ରପାତରେ ରଞ୍ଜନ ସେହି କିଆରୀରେ ଟଳି ପଡିବାସହ ତାଙ୍କର କାନ ମୁଣ୍ଡାରୁ ରକ୍ତ ବାହାରିଥିଲା । ତାଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.