ବଳଙ୍ଗାଥାନା ବିସ୍ଫୋରଣ ଘଟଣାରେ ସସପେଣ୍ଡ୍ହେଲେ ମହିଳା ସବ-ଇନ୍ସପେକ୍ଟର

0 190

ପୁରୀ, ୨୯/୯(ଏସଏସନିୟୁଜ) ଗତ ୨ ଦିନ ତଳେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ମାଲଖାନା ଦାୟିତ୍ୱରେ ଥିବା ମହିଳା ସବ-ଇନ୍ସପେକ୍ଟର ତଅପୋଇ ନାୟକଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରିଛନ୍ତି ପୁରୀ ଏସପି । ପାହାଡ଼ ଫଟାଇବା ପାଇଁ ଶକ୍ତିଶାଳୀ ‘ଡିନାମାଇଟ୍’ ଜବତ କରାଯାଇ ମାଲଖାନାରେ ରଖାଯାଇଥିଲା । ଡିନାମାଇଟ୍ ବିସ୍ଫୋରଣରେ ଥାନା ଉଡ଼ିଯାଇଥିବା ଅନୁମାନ କରାଯାଉଛି । ଯାହାଫଳରେ ତୀବ୍ର ବିସ୍ଫୋରଣରେ ଆଇଆଇସି ଅଫିସ, ହାଜତ ସହ ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଆସବାପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି ।ଏହି ଘଟଣାପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି ପୁରୀ ଏସପି ।

Leave A Reply

Your email address will not be published.