ଭୁବନେଶ୍ୱର,୩୦।୮(ଏସଏସନିଉଜ)ରାଜଧାନୀ ଉପକଣ୍ଠରୁ ଦିନ ଦିହିପହରରେ ବାଲିଚୋରି ହେଉଛି।ମାଫିଆମାନେ ସ୍ଥାନୀୟ ଗ୍ରାମର କୁଜିନେତାମାନଙ୍କୁ ମୋଟା ଅଙ୍କର ମାସିକିଆ ଦେଇ ଖୋଲାଖୋଲି ଭାବେ କୁଆଖାଇନଦୀରୁ ବାଲି ଉଠାଉଛନ୍ତି।ପ୍ରଶାସନିକ ଅଧିକାରୀମାନେ ଜାଣିଥିଲେ ମଧ୍ୟ ଚୁପ୍ ବସିବାରୁ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି।
ପ୍ରକାଶ ଯେ, ଗତ କିଛିମାସ ତଳେ ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁ ମୁଣ୍ଡରୁ ବେଆଇନଭାବେ ବାଲି ଉଠାଯାଇଥିଲା।ସେତେବେଳର ନନ୍ଦନକାନନଥାନା ଅଧିକାରୀଣି ସମୀତା ମିଶ୍ରଙ୍କ ଯୋଗୁ ବେଆଇନ ବାଲି ଉଠାରେ ରୋକ ଲାଗିଥିଲା ଏବେ କିଛିଦିନର ବ୍ୟବଧାନ ପରେ କଲ୍ୟାଣପୂର ଗାଁପାଖ ବରୀମୁଣ୍ଡ ଭୂୟାଁସାହି ସାମ୍ନା କୁଆଖାଇ ନଦୀ ଏବେ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ମାଫିଆ ମାନେ ପୋଲିସ ଓ ଖଣିବିଭାଗ କର୍ମଚାରୀଙ୍କୁ ହାତ କରି ବାଲି ଉଠାଇବାରେ ଦିନରାତି ଏକ କରି ଦେଇଛନ୍ତି।ବିନାନିଲାମରେ ବାଲି ବେଆଇନଭାବେ ଉଠାଯାଇଥିବାରୁ ସରକାରୀ ତହବିଲ ଖାଲିହୋଇ ମାଫିଆ ଓ ଅଫିସରମାନେ ମାଲେମାଲ ହେଉଛନ୍ତି।ଅନ୍ୟପଟେ ମାଫିଆମାନେ ନଦୀବନ୍ଧଠାରୁ ଅଳ୍ପ ଦୂରରୁ ବାଲି ଉଠାଇବାରୁ କୁଆଖାଇ ନଦୀ ଭିତରେ ବଡ଼ ବଡ଼ ପୋଖରୀ ସଦୃଶ ସୃଷ୍ଟି ହୋଇ ଗଲାଣି।
ଯାହାଫଳରେ ବନ୍ୟା ସମୟରେ ବନ୍ଧପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।ପ୍ରତିଦିନ ଶହଶହ ଟ୍ରାକ୍ଟର ଓ ହଇୱା ଏହି ବେଆଇନ କାର୍ଯ୍ୟରେ ନିଯୁକ୍ତି ହୋଇଥିବାର ଦେଖିବାକୁ ମିଳିଛି।ମାଫିଆମାନେ ଏଠାରୁ ବାଲିଉଠାଇ ଭୁବନେଶ୍ୱର ଓ ବାରଙ୍ଗ ଉପକଣ୍ଠରେ ଥିବା ଗ୍ରାମମାନଙ୍କୁ ଯୋଗାଣ ହେଉଛି।ଫଳରେ ନୂଆକରି ହୋଇଥିବା ପଟିଆ ବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହେବାକୁ ଆରମ୍ଭ କରିଛି ।
Prev Post
Next Post
