କଟକ, ୩୦।୮(ଏସଏସନିଉଜ) ବାରଙ୍ଗ ରାସ୍ତାରେ ଲାଗିଥିବା ସୂଚନା ଫଳକ ସାଧାରଣ ଲୋକଙ୍କ କାମରେ ଲାଗୁନି।ଯାହାଫଳରେ ସାଧାରଣଲୋକ ଯାତାୟାତ ନିମନ୍ତେରାସ୍ତା ଚିହ୍ନଟ ପାଇଁ ନାହିନଥିବା ହଇରାଣ ହେଉଛନ୍ତି।ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ସୁଭାଷ ସେତୁ ପୂର୍ବରୁ ମୁଖ୍ୟ ରାସ୍ତାକଡରେ ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଯାଇଥିବା ରାସ୍ତା ସୂଚନା ଫଳକ।
କଟକ – ରାସ୍ତାର ଭାୟା ବାରଙ୍ଗ ମଧ୍ୟରେ ତ୍ରିଶୂଳିଆରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସଂଯୋଗ କରୁଥିବା ସୁଭାଷ ସେତୁ ପୂର୍ବରୁ ମୁଖ୍ୟ ରାସ୍ତା କଡରେ ରହିଛି ପୂର୍ତ୍ତ ବିଭାଗର ଏକ ରାସ୍ତା ସୂଚନା ଫଳକ।ଏହି ଫଳକଟିରାସ୍ତା ପାର୍ଶ୍ଵରେ ଥିବା ବଡ଼ବଡ଼ ଗଛର ଡାଳରେ ଭିତରେ ଲୁଚିଯାଇଛି। ଯାହାଫଳରେ ଦୂର ଦୂରରୁ ଆସୁଥିବା ପଥଚାରୀମାନେ ସୂଚନାଫଳକ ଦେଖି ପାରୁନଥିବା ବାରୁ ଭୁଲ ରାସ୍ତାରେ ଯାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉ ମହତ୍ ଉଦ୍ଦେଶ୍ୟ ନେଇ ଏହାକୁ କରାଯାଇଥିଲା ତାହା ସାଧାରଣ ଲୋକଙ୍କ କାମରେ ଲଗିପାରୁନି।ପୂର୍ତ୍ତବିଭାଗ କେବଳ ସୂଚନା ଫଳକ ଲଗାଇଦେଇ ତାକାମ ସାରି ଦେଇଥିବା ବେଳେ ଏହାର ଅଧିକାରୀମାନେ କିଭଳି ଜାଣି ପାରୁନାହାନ୍ତି ଓ କାହା ସ୍ବାର୍ଥ ରେ ଏହାକୁ ଲଗାଯାଇଛି ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Prev Post
Next Post
