ବନବିଭାଗ ଧରିଲା ଚୋରାଚାଲାଣ କଇଁଛ

0 484

ମାଲକାନଗିରି୪/୬(ଏସଏସନିୟୁଜ) ଗୁରୁବାର ଦିନ ଆନ୍ଧ୍ରପ୍ରଦେଶରୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ବନ ବିଭାଗ ଚଢାଉକରି କାଲିମେଳା ଅଂଚଳରୁ ଦେଢ଼ ଶହରୁ ଅଧିକ କଇଁଛ ଜବତକରିଛି ।କୈାଣସିସୁତ୍ରରୁ ଖବର ପାଇ ରେଞ୍ଜର ରାମଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ଏକ ଟିମ ଏମପିଭି-୬୫ ଜଙ୍ଗଲରେ ଚଢାଉକରିଥିଲା । ଦୁଇଟି ମୋଟରସାଇକେଲରେ କାଳିମେଳା ଅଣା ଯାଇଥିବାବେଳେ ସେମାନଙ୍କୁ ଅଟକାଇ ୧୫୦ରୁ ଉର୍ଦ୍ଧ ଜୀବନ୍ତ କଇଁଛକୁ ଜବତ କରିବା ସହ ନିକଟସ୍ଥ ନଦୀରେ ସେମାନଙ୍କୁ ଛାଡିଦିଆଯାଇଥିଲା । ତେବେ ଦକ୍ଷିଣ ଭାରତର ବିଭିର୍ଣ ରେଷ୍ଟୁରାଣ୍ଟଗୁଡିକରେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଚୋରା ଚାଲାଣ କରାଯାଉଥିଲା । ବନବିଭାଗ ତରଫରୁ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ଏକ ମକଦ୍ଦମା ପଞ୍ଜୀକୃତ ହୋଇଛି ।

Leave A Reply

Your email address will not be published.