ବଂଚିଗଲେ ସରପଞ୍ଚଙ୍କ ସ୍ବାମୀ

0 243

ଆସିକା,୮/୧୨(ଏସଏସନିୟୁଜ)ସୈାଭାଗ୍ୟବଶତ ବଂଚିଯାଇଛନ୍ତି ଖଣ୍ଡଦେଉଳି ସରପଞ୍ଚଙ୍କ ସ୍ବାମୀ ନୀଳାମ୍ବର ସ୍ବାଇଁ । ନୀଳାମ୍ବର ବାଇକ୍‌ରେ ବେଲପଦା ଯାଉଥିବା ସମୟରେ କର୍ଣ୍ଣୋଳି ଗ୍ରାମଠୁ କିଛି ଦୂର‌ରେ ତିନିଜଣ ଅଭିଯୁକ୍ତ ତାଙ୍କୁ ରେକିବା ସହ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ।କିନ୍ତୁ ଟ୍ରିଗର୍ ଦବାଇଲା ବେଳକୁ ବନ୍ଧୁକଟି ଲକ୍ ହୋଇଯିବା କାରଣରୁ ନୀଳାମ୍ବର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ନୀଳାମ୍ବରର ପାଟିଶୁଣି ସ୍ଥାନୀୟଲୋକମାନେ ପହଚିବାବେଳକୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଆସିକା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାସହ ୭୯୫/୨୧ କେଶନଂରେ ଏକ ମକଦ୍ଦମାରୁଜୁକରି କର୍ଣ୍ଣୋଳି ଗ୍ରାମର ଶିବରାମ ଗୌଡ଼, ବିଚିତ୍ରାନନ୍ଦ ବିଷୋୟୀ ଓ ଚିଣ୍ଟୁନ୍ ସ୍ଵାଇଁଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବାଇକ୍ ଓ ମାଉଜର୍ ଜବତ କରିଛନ୍ତି ।

Leave A Reply

Your email address will not be published.