ଦୋକାନ ଉଚ୍ଛେଦକୁ ବିରୋଧ

0 221

ଯୋଡ଼ା, ୮/୧୨(ଏସଏସନିୟୁଜ) ବିନା ନୋଟିସରେ ଦୋକାନ ଘର ଉଚ୍ଛେଦକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ପୌରପାଳିକାରୁ ଅନୁମତି ନେଇ ନିଜସ୍ୱ ଖର୍ଚ୍ଚରେ ଦୋକାନ ଘର ନିର୍ମାଣ କରି ମଧ୍ୟ ମାସିକ ଭଡ଼ା ପୌରପାଳିକାକୁ ପ୍ରଦାନ କରିଚାଲିଛନ୍ତି । ଯୋଡ଼ା ସହରରେ ଫ୍ଲାଏଓଭର ନିର୍ମାଣ ପାଇଁ ବିନା ନୋଟିସରେ ମଙ୍ଗଳବାର ପ୍ରଶାସନ ପୋଷ୍ଟ ଅଫିସ୍ ନିକଟରେ ଦୋକାନ ଗୃହ ଗୁଡ଼ିକୁ ଭାଙ୍ଗିବାକୁ ଉଦ୍ୟମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା। ଯାହାକୁ ବ୍ୟବସାୟୀମାନେ ବିରୋଧ କରିବାସହ ଜିଲ୍ଲାପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.