ବନ୍ଧାହେଲେ ଜିଆରଏସ୍‌

0 531

ବାରଙ୍ଗ,୧୧/୯(ଏସଏସନିୟୁଜ)ଭୁବନେଶ୍ବର ବ୍ଲକ ଅଧିନସ୍ଥ ଦାଢାପଞ୍ଚାୟତର କାର୍ଯ୍ୟନିର୍ବାହୀ  ଅଧିକାରୀ (ପିଇଓ)ଙ୍କୁ ମାଡ ମାରିବା ଓ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ଅଭିଯୋଗରେ ପଞ୍ଚାୟତ ଜିଆରଏସ୍ ସୁନାକର ଜେନାଙ୍କୁ ନନ୍ଦନକାନନଥାନାପୋଲିସ ଶନିବାରଦିନ ଗିରିଫ କରି କୋର୍ଟଚାଳଣ କରିଛି ।
ପ୍ରକାସ ଯେ,ଦାଢାପଞ୍ଚାୟତର ପିଇଓ ଯୋଗେନ୍ଦ୍ର ବେହେରାଙ୍କୁ ନରେଗା(ଏନଆରଜିଏସ) କାର୍ଯ୍ୟର ମିଥ୍ୟା ବିଲ କରିବାକୁ ପଞ୍ଚାୟତ ଜିଆରଏସ୍ ସୁନାକର ଜେନା ବାରମ୍ବାର ବାଧ୍ୟ କରିଥିଲେ।ଏଥିରେ କାର୍ଯ୍ୟନିର୍ବାହୀ  ଅଧିକାରୀ ରାଜି ନ ହେବାରୁ ଜିଆରଏସ୍ ଗତ ଶନିବାର ଦିନ ପଞ୍ଚାୟତ କାର୍ଯ୍ୟଳୟରେ କିଛି ଲୋକଙ୍କୁ ଏକାଠି କରି ବେହେରାଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ

ମାରିବା ସହ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେଇଥିବା ନେଇ ବେହେରା ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୯୨/୨୧କେଶ ନମ୍ବରରେ ଏକ ମକଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଶନିବାର ସକାଳୁ ପୋଲିସ ଜିଆରଏସଙ୍କୁ ଟାଙ୍ଗିବନ୍ତସ୍ଥିତ ଘରୁ ଗିରଫକରି କୋର୍ଟଚାଲାଣ କରିଛି।

Leave A Reply

Your email address will not be published.