ଗାଈ ପାଇଁ ରାସ୍ତାରେ ବସିଲେ ପରିବାର

0 216

ଓଡଗାଁ,୧୧/୯(ଏସଏସନିୟୁଜ) ଗାଈ ମୃତ୍ୟୁକୁନେଇ ଓଡଗାଁ ଏନଏସି ଅର୍ନ୍ତଗତ କଦଳିବନ୍ଧ ନିକଟ ପେଟ୍ରୋଲ ଟାଙ୍କି ଠାରେ ରାସ୍ତାରୋକ ହୋଇଥିଲା । ଓଡ଼ଗାଁ ମନ୍ଦିର ରୋଡ଼ରେ ରହୁଥିବା କୁମର ସାହୁଙ୍କ ଏହି ଗର୍ଭିଣୀ ଗାଈଟି ବଜାରରେ ବୁଲଚାଲ କରିଥାଏ । କୌଣସି କାରଣରୁ ଗତକାଲି ଗାଇଟି ମୃତ୍ୟୁ ବରଣ କରିଥିଲା ।କିନ୍ତୁ ଶବ ବ୍ୟବଚ୍ଛେଦ ନକରି ଗାଈକୁ ଫୋପାଡି ଦିଆଯାଇଥିବାର ପ୍ରତିବାଦ କରି କୁମର ସାହୁ ଓ ତାଙ୍କର ଦୁଇପୁଅ ପେଟ୍ରୋଲ ଟାଙ୍କି ଠାରେ ୪୫ ମିନଟ ଧରି ଟାୟାର ଜାଳି ରାସ୍ତାରୋକ କରିଥିଲେ ।ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ରାସ୍ତାରୋକ ହଟାଇଥିଲେ ।ଏହାପରେ ଗମନାଗମନ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.