ବନ୍ଧାହେଲେ ମଦ୍ୟପ ସ୍ୱାମୀ

0 113

ମେଣ୍ଢାଶାଳ,୨୬ା୪(ଏସଏସନିଉଜ)ନିଜ ପତ୍ନୀଙ୍କୁ ଅକଥନୀୟ ଅତ୍ୟାଚାର କରିବାସହ ଶାଶୁଶଶୁରଙ୍କୁ ପନିକିଧରି ମାରିବାକୁ ଉଦ୍ୟମ କରୁଥିବା ନିସାଶକ୍ତ ସ୍ୱାମୀକୁ ପୋଲିସ ବୁଧବାରଦିନ ଗିରଫ କରି କୋର୍ଟଚାଳଣ କରିଛି ।ସେ ହେଉଛନ୍ତି ଚନ୍ଦକାଥାନା ଅଧିନସ୍ଥ ମଧୁପୁର ଗାଁର ଅମିତ ଦେଉରୀ(୨୮) ।
ପ୍ରକାସ ଯେ,ଅମିତ ବିବାହ ପରଠାରୁ ପ୍ରାୟ ସମୟ ନିସାଶକ୍ତ ରହିବା ସହ ସ୍ତ୍ରୀକୁ ମାରଧର କରିଥାନ୍ତି ।ଏମାନଙ୍କର ଥିବା ଦୁଇଟିଛୁଆ ଓ ବାପାମାଆକୁ ମଧ୍ୟ ମାରଧର କରିଥାଏ ।ଗତ ସୋମବାରଦିନ ମେଡିକାଲରୁ ଅପରେସନ ହୋଇ ଫେରିଥିବା ସ୍ତ୍ରୀକୁ ଅମିତ ପ୍ରବଳମାଡ ମାରିଥିଲେ ।ମଙ୍ଗଳବାର ମଧ୍ୟ ଅନୁରୁପଭାବେ ସ୍ତ୍ରୀ ସହ ଶାଶୁଶଶୁରଙ୍କୁ ପନିକି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ତା ସହିତ ନିଜର ଏକ ମାସର ଛୋଟ ଝିଅକୁ ଫୋପାଡି ମାରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପରିବାର ସଦସ୍ୟଙ୍କ ହସ୍ତକ୍ଷେପ ଯୋଗୁଁ ଛୋଟ ଛୁଆର ଜୀବନ ବଞ୍ଚିଯାଇଥିଲା ବୋଲି ଅମିତଙ୍କ ସ୍ତ୍ରୀ ଚନ୍ଦକାଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ଚନ୍ଦକାଥାନା ପୋଲିସ ୧୩୨/୨୩ କେଶନଂରେ ଏକ ମକଦ୍ଦମାରୁଜୁକରି ଅମିତକୁ ଗିରଫ କରି ବୁଧବାରଦିନ କୋର୍ଟଚାଳଣ କରିଛି ।(ପଦ୍ମ ଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.