ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ସମାବର୍ତ୍ତନ ଉତ୍ସବ

0 166

ଚନ୍ଦ୍ରଶେଖରପୁର,୨୬।୪(ଏସଏସନିଉଜ)ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରର ଉନତ୍ରିଂଶତମ ସମାବର୍ତ୍ତନ ଉତ୍ସବ ମହାସମାରୋହର ସହ ମଙ୍ଗଳବାର ରାତିରେ ପାଳିତ ହୋଇଯାଇଛ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଆନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାରରାଉତ,ଯୋଗାଚାର୍ଯ୍ୟ ଡଃ.ବିଶ୍ବରଞ୍ଜନରଥ,କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡା ,ଭାରତୀୟ ଶିକ୍ଷା ପରିଷଦର ସଂପାଦକ ରବି ନାରାୟଣ ଜେନା ପ୍ରମୁଖଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ହେଉଥିବା ବିଭିର୍ଣ କାର‌୍ୟ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଆଜିର ଶିକ୍ଷା ବ୍ୟବସ୍ଥାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ପିଲାମାନଙ୍କୁ ସଂସ୍କାରିତ କରିବାରେ ଅଭିଭାବକମାନଙ୍କ ଭୁମିକା ଉପରେ ଆଲୋକପାତ ମଧ୍ୟ କରିଥିଲେ। ବିଦ୍ୟାଳୟର ସଂଯୋଜକ ଅଲେଖ ନାୟକ ସ୍ଵାଗତଭାଷଣ ଓ ଅତିଥି ପରିଚୟ ,ପ୍ରଧାନଆଚାର୍ଯ୍ଯ ତଥା ସଂପାଦକ ପ୍ରଦୀପ କୁମାର ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ।ପାଠସହିତ ଅନ୍ୟାନ୍ୟ ସହପାଠ୍ୟ ପ୍ରତି ଯୋଗିତାରେ କୃତିତ୍ଵ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ପୁରସ୍କାର ପ୍ରଦାନ କରିଥିଲେ। ଏହିଅବସରରେ ଛାତ୍ରଛାତ୍ରୀମାନେ ଚିତାକର୍ଷକ ନୃତ୍ୟ ଓ ସଙ୍ଗୀତରେ ଉପସ୍ଥିତ ଅଭିଭାବକମାନଙ୍କୁ ବିମୋହିତ କରିଥିଲେ। ଶେଷରେ ବିଦ୍ୟାଳୟର ପର‌୍ୟ୍ୟବେକ୍ଷକ ମନୋଜ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.