ଫେରାର କଏଦୀ ପାଇଁ ପୋଲିସଙ୍କୁ ଚିଠି

0 128

ମେଣ୍ଢାଶାଳ,୨୫।୪(ଏସଏସନିଉଜ) ଜାମୁଝରି ସ୍ଥିତ ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମରୁ ୨୦୨୧ମସିହାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ କଏଦୀ ମାନଙ୍କୁ ଲମ୍ବା ଛୁଟି ପ୍ରଦାନ କରାଯାଇଥିଲା।ଛୁଟି ଅବଧି ପୁରିବା ପରେ କେତେକ କଏଦୀ ଫେରିଆସି ଥିବାବେଳେ ପାଞ୍ଚ ଜଣ କଏଦୀ ଜେଲରୁ ଚିଠି ପାଇଁ ମଧ୍ୟ ଅଦ୍ୟାବଧି ଫେରୁନାହାନ୍ତି। ଏମାନେ ହେଲେ ବୌଦ୍ଧ ଜେଲରୁ ଆସିଥିବା ବେଦବ୍ୟାସ ପ୍ରଧାନ, ଭାବାନି ପାଟଣାରୁ ଆସିଥିବା ଅନାମ ମାଝୀ,କେନ୍ଧୁଝରରୁ ଆସିଥିବା ହରିହର ପାତ୍ର ଓ ଚନ୍ଦ୍ରୁହେମ୍ରମ ,କୋଟପାଡ଼ ଜେଲରେ ଆସିଥିବା ଆସୁ ଖିଲା ।ଏମାନଙ୍କୁ କୋଭିଡ ପାଇଁ ଛୁଟିରେ ଛଡ଼ାଯାଇଥିଲା।କିନ୍ତୁ ଏମାନେ ନସିବାରୁ ବରମ୍ଭାର ସେମାନଙ୍କୁ ଫେରିଆସିବା ପାଇଁ ଜେଲ ପକ୍ଷରୁ ଚିଠି ଦିଆଯାଉଥିବା ସତ୍ଵେ ଏମାନେ ଶୁଣିନଥିଲେ ।ବାଧ୍ୟ ହୋଇ ଜେଲ କର୍ତ୍ତୃପକ୍ଷ ଜେଲକୁ ଫେରୁନଥିବା କଏଦୀ ମାନଙ୍କୁ ଫେରାର ଦର୍ଶାଇ ଏବିଷୟରେ ଚନ୍ଦକାଥାନା ସମେତ ଜିଲା ଏସପି ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବାର ଜଣାପଡିଛି।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.