ଭଗବତୀନଗର ପ୍ରିମିୟର ଲିଗ୍ ଉଦଘାଟିତ

0 151

ବାରଙ୍ଗ,୨୫।୪(ଏସଏସନିଉଜ) ଭୁବନେଶ୍ବର ବ୍ଲକ୍ ଅନ୍ତର୍ଗତ ଦାଢାପଞ୍ଚାୟତର ଭଗବତୀନଗର ଗ୍ରାମମୁଣ୍ଡ ଅସ୍ଥାୟୀ ଖେଳପଡିଆରେ ମଙ୍ଗଳବାର ସିଦ୍ଧ୍ୟସାଧୁ ହୁଙ୍କାଗୋସାଇଁ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ପ୍ରଥମବାର୍ଷିକ ଭଗବତୀନଗର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ପ୍ରଥମ ଦିନରେ ୨ଟି ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଥିଲା।ପ୍ରଥମ ମ୍ୟାଚ୍ ରୟାଲ ବ୍ଲାକ୍ କ୍ରିକେଟ୍ କ୍ଲବ ସହିତ ହିର୍ରୋସ୍ କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଟିତ ହୋଇଥିଲା।ଏଥିରେ ରୟାଲ ବ୍ଲାକ୍ କ୍ଲବ ୨ଓ୍ବିକେଟ ବିନିମୟରେ ୩୯ରନ୍ ସଂଗ୍ରହ କରି ହିର୍ରୋସ କ୍ଲବକୁ ହରାଇ କ୍ବାଟରଫାଇନାଲକୁ ପ୍ରବେଶ କରିଛି।ସେହିପରି ଦ୍ବିତୀୟ ମ୍ୟାଚ୍ ଏମଆର ରାଇଡର କ୍ରିକେଟ୍ କ୍ଲବ ସହିତ ଗୋଲଡେନ୍ ଷ୍ଟାର କ୍ରିକେଟ୍ କ୍ଲବ ମଧ୍ୟରେ ହୋଇଥିଲା।ଏଥିରେ ଗୋଲଡେନ୍ ଷ୍ଟାର କ୍ଲବକୁ ହରାଇ ଏମଆର ରାଇଡର କ୍ଲବ କ୍ବାଟରଫାଇନାଲକୁ ପ୍ରବେଶ କରିଛି।ଉଦଘାଟନ ଉତ୍ସବରେ ଭଗବତୀନଗର ଗ୍ରାମକମିଟି ସଭାପତି ହୁଲ୍ଲାସ ଭଞ,ସମ୍ପାଦକ କିଶୋର ସାମଲ,ସାମ୍ବାଦିକ ଜଗନ୍ନାଥ ଭଞ ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହେବବୋଲି ଅତିଥିମାନେ କହିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ୫ଦିନଧରି ଚାଲିବ ଓ ୮ଟି ଦଳ ଅଂଶ ଗ୍ରହଣ କରିବେ ବୋଲି କ୍ଲବର ଶିଶିର ବେହେରା, ସଞୟ ସାମଲ,ସମ୍ବିତ୍ ଭୋଇ,କାହ୍ନା ବେହେରା,ବିଦ୍ରୃପ ସାମଲ,ହିରଣ୍ୟ ସାମଲ ପ୍ରମୁଖ କହିଛନ୍ତି।

Leave A Reply

Your email address will not be published.