ସୋର,୨୨ା୫(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ସୋରଥାନା ଅଧିନସ୍ଥ ତେଣ୍ଟେଇ ପଞ୍ଚାୟତର ଦୟାନିଧିପୁର ଗ୍ରାମରୁହାତ ଗୋଡ଼କୁ ବାନ୍ଧି ମାଡ଼ମାରି୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି ।ସାତଜଣ ଅଜଣାଲୋକ ମୁହଁରେ କଳାମୁଖା ପିନ୍ଧି ରବୀନ୍ଦ୍ରନାୟକଙ୍କ ଘରକୁ ପଶିଥିଲେ।ଚୋରମାନେ ଘରେ ପଶିବାର ରବୀନ୍ଦ୍ରଙ୍କ ମା ଜାଣିପାରି ପୁଅ ମଳୟକୁ ଫୋନ କରି ଜଣାଇଥିଲେ।ପଡ଼ୋଶୀଙ୍କୁ ଫୋନକରି ପୁଅ ଏବିଷୟରେ ଜଣାଇଥିଲେ ।ସେତେବେଳକୁ ଚୋରମାନେ ଘରର କବାଟଭାଙ୍ଗି ଭିତରେପଶି ପରିବାରର ୫ଜଣ ସଦସ୍ୟଙ୍କ ସ୍କ୍ରିନଚିରି ହାତଗୋଡ଼କୁ ବାନ୍ଧି ଭୟଭିତ କରିବାସହ ମାଡ଼ ମାରି ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାରଗହଣା ଓ ନଗଦ ୫୦ହଜାରଟଙ୍କା ଲୁଟିଥିଲେ।ଏହିସମୟରେ ପଡୋଶୀ ବଳରାମ ରାଉତ ଓ ପ୍ରଶାନ୍ତ ରାଉତ ଆସିବାରୁ ଚୋରମାନେ ଘରର ଛାତଉପରେ ଥାଇ ସେମାନଙ୍କୁ ଗୁଳି ମାରିବାରୁ ଗୁଳିଯାଇ ବଳରାମଙ୍କ ଛାତିରେ ଗୁଳିବାଜିଥିଲା ।ଯାହାଫଳରେ ବଳରାମ ଗୁରୁତର ଆହତ ହୋଇଥିଲେ।ଏହିସମସୟରେ ଚୋରମାନେ କୈ।ଶଳକ୍ରମେ ଫେରାର ହୋଇଯାଇଥିଲେ ।ପଡୋଶୀମାନେ ଆହତ ଙ୍କୁ ଉଦ୍ଧାରକରି ଚିକିତ୍ସାପାଇଁ ସୋରଡାକ୍ତରଖାନା ଓ ପରେ ବାଲେଶ୍ୱରଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ।ଖବରପାଇ ସୋରପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛି।
