ବନ୍ଧୁକ ଦେଖାଇ ଲୁଟିନେଲେ ୫ଲକ୍ଷ

0 112

ବାଲେଶ୍ୱର ,୨୩/୧(ଏସଏସନିଉଜ) ଅନନ୍ତପୁରଫାଣ୍ଡି ଅନ୍ତର୍ଗତ ଘଡେଇସାହି ଛକନିକଟରେ ଜଣେ ମିନି ବ୍ୟାଙ୍କ ମାଲିକଙ୍କ ନିକଟରୁ ବନ୍ଧୁକ ଦେଖାଇ ୫ ଲକ୍ଷରୁ ଅଧିକଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି ।ଖବରପାଇ ସୋରପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି । ବାଲିଛନ୍ଦାଘାଟ ନିକଟରେ ଅଇଁରୀଗ୍ରାମର ମନୋରଞ୍ଜନ ବାରିକ କିଓସ୍କବ୍ୟାଙ୍କ କରିଛନ୍ତି। ସୋମବାରସକାଳେ ୫ଲକ୍ଷରୁ ଅଧିକଟଙ୍କା ଓ କାଗଜପତ୍ରଧରି ବ୍ୟାଙ୍କକୁ ଯାଉଥିବାବେଳେ ଘଡେଇସାହିଛକ ନିକଟରେ ୨ଟିବାଇକରେ ୫ଜଣ ଦୁର୍ବୃତ୍ତଆସି ବନ୍ଧୁକଦେଖାଇବାସହ ଫାଙ୍କା ଗୁଳିଚାଳନାକରି ମନୋରଞନଙ୍କଠାରୁ ଟଙ୍କାବ୍ୟାଗ ନେଇ ପଳାଇ ଯାଇଥିଲେ।

 

Leave A Reply

Your email address will not be published.