ବନ୍ଧୁତ୍ୱପୁର୍ଣ୍ଣ ସ୍ୱଭାବ ଦେଖାଇଲା ତାଲିବାନ

ଖବର ଆଜିର,ତାରିଖ ୧୧-୧୨-୨୦୨୧/ଶନିବାର

0 224

୧-ଜାନୁଆରୀ ୭ ରୁ ୧୭ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏଥର ମଧ୍ୟ ସ୍ଥଗିତ ରଖାଯାଇଛି । ଯେହେତୁ ଧନୁଯାତ୍ରା ରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ , ଡିସେମ୍ବର ଗାଇଡ ଲାଇନ ହିସାବରେ ମଧ୍ୟ ଏହା ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଯଦି ଜାନୁଆରୀ ମାସରେ କିଛି ନୂଆ ଗାଇଡ ଲାଇନ ଆସେ ତେବେ ପୁଣି ଥରେ ଏଥିପାଇଁ ବୈଠକ ବସିବ ।
୨-ଅଧିବେଶନରେ କାର୍ଯ୍ୟଦିବସ ଥିଲା ୨୬ଟି, କିନ୍ତୁ ସୀମିତ ରହିଲା ୯ ଦିନରେ। ଏହି ୯ ଦିନରେ ୪୫ ଘଣ୍ଟା ବଦଳରେ ମାତ୍ର ୧୪୫ ମିନିଟ୍‌ ଗୃହ ଚାଲିଲା। ଗୋଟିଏ ବି ଦିନ କୌଣସି ପ୍ରସଙ୍ଗରେ ଆଲୋଚନା ହେଲାନି। ସବୁଦିନ ନାରାବାଜି ହେଲା। ଅଧିକାଂଶ ଦିନ ଘଣ୍ଟ ମାଡ଼ ଓ ଗଙ୍ଗା ଜଳ ସିଞ୍ଚନ ହେଲା। ବିରୋଧୀ ତ ଚିରାଚରିତ ଢଙ୍ଗରେ ବିରୋଧ ପ୍ରଦର୍ଶନ କଲେ। ଶାସକ ଦଳ ବି ଗୃହ କାର୍ଯ୍ୟରେ ବାଧା ଦେବାର ସୁଯୋଗ ହାତ ଛଡ଼ା କଲେନି। ଏମିତି ଏକାଧିକ ଅଲୋଡ଼ା ଉଦାହରଣ ଓ ଅଭାବନୀୟ ଦୃଶ୍ୟ ସହ ଷୋଡ଼ଶ ବିଧାନସଭାର ଅଷ୍ଟମ ଅଧିବେଶନ ଶେଷ ହୋଇଛି।
୩-କଂଗ୍ରେସ ଭବନ ଭିତରେ ପୋଲିସର ଲାଠିଚାର୍ଜ | DCP କହିଲେ ବିଧାନସଭାର ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ, ପୋଲିସ ଗାଡ଼ିରେ କର୍ମୀମାନେ ନିଆଁ ଲଗାଇ ଦେଲେ, ନିଆଁ ଲାଗିଥିଲେ ବଡ଼ ଦୁର୍ଘଟଣା ଘଟିଥାନ୍ତା। ୫୦୦ରୁ ହଜାରେ ଯୁବକ ପୋଲିସ ଉପରକୁ ଅଣ୍ଡା, ଟମାଟୋ ଓ ବାଡ଼ି ମାଡ଼ କରିଥିଲେ : ଛାତ୍ର କଂଗ୍ରେସ କର୍ମୀଙ୍କୁ ଲାଠିମାଡ଼ ନେଇ DCPଙ୍କ ପ୍ରତିକ୍ରିୟା।

୪-ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ବରେ ଆସିବ ଟିମ୍ । ଲଗାଣ ବର୍ଷା କ୍ଷୟକ୍ଷତିର ଆକଳନ କରିବ ୩ଟି କେନ୍ଦ୍ରୀୟ ଟିମ୍ । ୧୩ ତାରିଖ ଯାଏ ଓଡ଼ିଶାରେ ରହି କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଟିମ୍ | ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଏବଂ କେନ୍ଦ୍ରାପଡ଼ାରେ କ୍ଷୟକ୍ଷତିର ଆକଳନ କରିବ ୩ଟି କେନ୍ଦ୍ରୀୟ ଟିମ୍।
୫-ବିଧାନସଭାରେ ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ବ୍ୟୟମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ିବାକୁ ଉଦ୍ୟମ କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କ ଉପରକୁ ଫ୍ଲା କାର୍ଡ ଫିଙ୍ଗିଲେ ବିରୋଧୀ ସଦସ୍ୟ ।
୬-ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗରେ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କଲା ପୋଲିସ।
୭-ପଞ୍ଚଭୂତରେ ଲୀନ ହେଲେ ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତ। ଦିଲ୍ଲୀର ବ୍ରାର୍‌ ସ୍କୋୟାରରେ ପିତା-ମାତାଙ୍କୁ ମୁଖାଗ୍ନି ଦେଲେ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ। ଶେଷ ସମ୍ମାନ ଭାବେ ବିପିନ ରାୱତଙ୍କୁ ଦିଆଗଲା ୧୭ ତୋପ ସଲାମୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
୮-ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ମାମଲାରେ ସୋନପୁରର ୨ ଜଣ ମହାଦେବ ଥପା ଓ ଶୁଶାନ୍ତ ବେହେରାକୁ ଗିରଫ କଲା ସୋନପୁର ପୋଲିସ। ଗତ ୩୦ ତାରିଖ ରାତିରେ ମନ୍ଦିର ଗେଟ୍‌ର ତାଲା ଭାଙ୍ଗି ଚୋରି ହୋଇଥିଲା ମାଆଙ୍କ ରୂପା ମୁକୁଟ ଓ ୨ଟି ଛତ୍ର। ଅଭିଯୁକ୍ତଙ୍କଠାରୁ ୧୨୦ ଗ୍ରାମର ରୂପା ବିସ୍କୁଟ ଜବତ।
୯-ଡିସେମ୍ବର ୩୧ ଓ ଜାନୁଆରି ୧ ନୂଆବର୍ଷରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ। ଦିବ୍ୟାଙ୍ଗମାନଙ୍କ ପାଇଁ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା। ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ | ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାରଙ୍କ ସୂଚନା।
୧୦-ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି। ୯ ଦିନରେ ମୋଟ ୨ ଘଣ୍ଟା ବି ଚାଲିପାରିଲାନି ଗୃହ। ଗୋଟିଏ ଦିନ ବି ଚାଲିପାରିନି ପ୍ରଶ୍ନକାଳ।
୧୧-ବ୍ରହ୍ମପୁରର ଡାକ୍ତର ସ୍ବାମୀ ସୁମିତ ଏବଂ ସ୍ତ୍ରୀ ତପସ୍ବିନୀ ଏକାଠି ରହିବା ମାମଲା। ତପସ୍ବିନୀଙ୍କ ଡାକ୍ତର ସ୍ବାମୀ ସୁମିତ ଫେରାର ହୋଇଯାଇଥିବା ସୂଚନା । ୫ ଦିନ ପାଇଁ ଛୁଟି ନେଇ କେଉଁ ଆଡେ ଚାଲିଯାଇଥିବା ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରାଙ୍କ ସୂଚନା।
କୁଆଡ଼େ ଯାଇନାହାନ୍ତି ସୁମିତ, ବାଲିସିରା ଅଞ୍ଚଳରେ ସେ ଅଛନ୍ତି । ବର୍ତ୍ତମାନ ଅସୁସ୍ଥ ଅଛନ୍ତି ସୁମିତ, ତପସ୍ବିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଏବେ ଭଡ଼ାଘର ଖୋଜୁଛନ୍ତି ସୁମିତ: ସୁମିତଙ୍କ ଓକିଲ | ତପସ୍ବିନୀଙ୍କୁ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ପଳାଇବା ଅଭିଯୋଗ ଘଟଣାରେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ସୂଚନା।

୧୨-ରାଜ୍ୟରେ ଆସନ୍ତା ୨୩ରୁ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ। ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ବନ୍ଦ ରହିବ। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏନେଇ ଛୁଟି ତାଲିକା ପ୍ରକାଶ କରାଯାଇଛି ।
୧୩-ରାଜ୍ୟରେ ଚିହ୍ନଟ ହୋଇନାହାନ୍ତି ଓମିକ୍ରନ ସଂକ୍ରମିତ । ଆଇଏଲଏସକୁ ଯାଇଥିବା କୌଣସି ନମୂନାରେ ନାହିଁ ଓମିକ୍ରନ ଭୁତାଣୁ ।
୧୪-ଓମିକ୍ରନ୍‌କୁ ମାତ୍ ଦେଇପାରୁନି ବୁଷ୍ଟର୍ ଡୋଜ୍, ସିଙ୍ଗାପୁରରେ ତୃତୀୟ ଡୋଜ ନେଇଥିବା ୨ ଜଣ ବ୍ୟକ୍ତି ନୂଆ ଭାରିଆଣ୍ଟରେ ସଂକ୍ରମିତ ।

୧୫-ଫିଲ୍ମ ‘RRR’ ଟ୍ରେଲର ରିଲିଜ୍ : ଦମ୍‌ଦାର ଆକ୍ସନ ସହ ରହିଛି ସସ୍‌ପେନ୍ସ , ଉତ୍ସାହିତ ଫ୍ୟାନ୍ସ ।
୧୬-ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡ଼ି ରେ ଯୋଗ ଦେଲେ।
୧୭-ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲା : ୧୩ ସୁଦ୍ଧା ଜବାବ ଦାଖଲ ପାଇଁ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
୧୮-ମହାରାଷ୍ଟ୍ରରେ ୭, ଗୁଜରାଟରେ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୩୨ କୁ ବୃଦ୍ଧି ।
୧୯-ଭାରତ ପ୍ରତି ବନ୍ଧୁତ୍ୱପୁର୍ଣ୍ଣ ସ୍ୱଭାବ ଦେଖାଇଲା ତାଲିବାନ: ଆଫଗାନିସ୍ତାନରେ ଫସିଥିବା କିଛି ଭାରତୀୟଙ୍କୁ ପଠାଇଲା ଭାରତ ।
୨୦-ଦିଲ୍ଲୀରେ କମୁଛି ପ୍ରଦୂଷଣ: କଟକଣା କୋହଳ କରିବାକୁ କେଜ୍ରିୱାଲ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ ।
୨୧-ଚିନ୍ତା ବଢ଼ାଉଛି ଓମିକ୍ରନ୍: ମାସ୍କ ନଖୋଲିବାକୁ ‘WHO’ ର ଚେତାବନୀ ।
୨୨-ଦେଶରେ କମି କମି ଯାଉଛି ମାସ୍କର ବ୍ୟବହାର: ଚିନ୍ତା ପ୍ରକାଶ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
୨୩-ଭାରତରେ ପ୍ରଥମ ଏବଂ ବିଶ୍ୱରେ ସପ୍ତମ ଭାବେ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କ ସଫଳତା, ମସ୍ତିଷ୍କରେ ହେଲା ବିରଳ ଅସ୍ତ୍ରୋପଚାର

ରୂପ ରଙ୍ଗ ଚେହେରା କୁ ନେଇ ଗର୍ବ କର ନାହିଁ,,,କାରଣ,,,ଆଜି ଯାହାକୁ ନେଇ ଏତେ ଗର୍ବ କରୁଛ କାଲି ସେସବୁ କ୍ଷଣକରେ ମାଟିରେ ମିଶିଯିବ…ଏହାହିଁ ସତ୍ୟଶୁଭ ସକାଳ,ସୁପ୍ରଭାତ🙏🏾ଜୟ ଜଗନ୍ନାଥ ,ଜୟ ସୋମନାଥ🙏🏾

 

Leave A Reply

Your email address will not be published.