ଆଜିର ଅନୁଚିନ୍ତା

ତାରିଖ - ୧୧:୧୨:୨୦୨୧(ଶନିବାର)

0 208

🦋ହେ କାଳିଆ..ଦୁନିଆ ଯେତେବି ଖରାପ ହେଇଯାଉ ପଛେ,ଏ ଦୁନିଆରେ ଯେତିକି ଭଲ ଲୋକ ଅଛନ୍ତ,ତାଙ୍କର ସର୍ବଦା ଭଲ ହିଁ କରୁଥିବୁ ।
🦋ମଣିଷ ଯେତେବଡ ସଫଳତା ପାଇଲେ ବି ଏଇ ଦୁଇ ଜଣଙ୍କ ପାଖରେ ସବୁବେଳେ ହାର୍ ମାନିଯାଏ●ପ୍ରଥମଟି ହେଲା ପରିବାର●ଦ୍ବିତୀୟଟି ହେଲା ପ୍ରେମ
🦋ନିଜ ଦୃଷ୍ଟି ଦ୍ୱାରା ନିଜ ମାନସିକ ସ୍ଥିତିକୁ ବୁଝିବା ଅତି ସରଳ ହୋଇଥାଏ, କିନ୍ତୁ ଅନ୍ୟର ସମସ୍ୟା ଓ ପରିସ୍ଥିତି ଦ୍ୱାରା ଉତ୍ପନ୍ନ ହେଉଥିବା ମାନସିକ ସ୍ଥିତିକୁ ବୁଝିବା ହିଁ ଏକ ଉତ୍ତମ ବ୍ୟକ୍ତି ର ଲକ୍ଷଣ ଅଟେ।
🦋ସର୍ବଦା CARE କରିବା ଶିଖନ୍ତୁ,ଦେଖିବେ ସମ୍ପର୍କଟି ଆହୁରି ଖୁବ୍ ସୁନ୍ଦର ହୋଇଯିବ ।
🦋ହଁ ଏହା ସତ ଯେ ଦୂରତା ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ, କିନ୍ତୁ ଭାଙ୍ଗିଯାଇ ନଥାଏ। ହେଲେ ନିରବତା, ଅବିଶ୍ବାସ, ପ୍ରତାରଣା ଓ ଗର୍ବ ସବୁ ପ୍ରକାର ସମ୍ପର୍କକୁ ଭିତରୁ ଦୁର୍ବଳ କରି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥାଏ ।
🦋ଯେଉଁମାନଙ୍କୁ ଆମେ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ଵ ଦେଇଥାଉ, ସାଧାରଣତଃ ସେଇମାନେ ହିଁ ଆମକୁ ଅଣଦେଖା କରିଥାନ୍ତି, କାହିଁକିନା ଯାହା ଆବଶ୍ୟକତା ଠାରୁ ଅଧିକ ହୋଇଥାଏ ତାହା ହିଁ କ୍ଷତି କରିଥାଏ ।
🦋ସମୟ ପରୀକ୍ଷା ନେଇଥାଏ ଆଉ ଦୁନିଆ ଠୋକର୍ ମାରିଥାଏ , କିନ୍ତୁ ଯାହା ପାଖରେ ଏହି ଦୁଇଟିକୁ ସାମ୍ନା କରିବାର ସାହାସ ରହିଥାଏ ସଫଳତା କେବଳ ସେହି ଲୋକଟିକୁ ହିଁ ମିଳିଥାଏ !
🙏🏾ଓଁ ଶନି ଦେବାୟ ନମଃ🙏🏾ଶୁଭ ସକାଳ,ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏🏻 🙏🏾ଜୟ ଜଗନ୍ନାଥ ,ଜୟ ସୋମନାଥ🙏🏾

Leave A Reply

Your email address will not be published.