ବଙ୍ଗଳାକୁ ଆସିଲେ ମନ୍ତ୍ରୀବି ଦେଖାଇବେ ନେଗେଟିଭ୍ ରିପୋର୍ଟ

ଖବର ଆଜିର,ତାରିଖ ୦୭--୦୫-୨୦୨୧/ ଶୁକ୍ରବାର

0 282

୧-ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ, ଜୁନ୍ ରୁ ସେପ୍ଟେମ୍ବର ଭିତରେ ୭୦% ବର୍ଷା : ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ ।
୨-କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା ହୋଇପାରନ୍ତି ଅଧିକ ଅସୁସ୍ଥ, ସେମାନଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ।
୩-ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍ କୋର୍ଟ ।
୪-ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ ଟିମ୍ । ହିଂସା ପରିସ୍ଥିତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ ।
୫-ନେପାଳରେ ରାଜନୈତିକ ସଂକଟ, ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ଓଲି
୬-ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନାରେ ପୀଡିତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ।
୭-ଟିକା ନେବାକୁ ଅନାଇ ବସିଛି ଓଡ଼ିଶା । କେବଳ ଦ୍ୱିତୀୟ ଡୋଜ ଟିକା ନେବାକୁ ଅପେକ୍ଷାରେ ଅଛନ୍ତି ୧୭ ଲକ୍ଷ ୪୭ ହଜାର ।
୮-ଟୀକାରୁ GST ଛାଡ଼ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ।
୯-ଅକ୍ସିଜେନ୍ ସିଲିଣ୍ଡର୍ ପାଇଁ ସୋସିଆଲ ମିଡ଼ିଆରେ ଗୁହାରି କଲେ ସୁରେଶ ରାଇନା: ତୁରନ୍ତ ସାହାଯ୍ୟ କଲେ ବିପଦର ସାଥି ସୋନୁ ସୁଦ୍ .
୧୦-ମେ’ ୧୧ରେ ବସିବ ଛତିଶା ନିଯୋଗ ବୈଠକ । ଅକ୍ଷୟ ତୃତୀୟା-ରଥ ଅନୁକୂଳ ନେଇ ହେବ ଆଲୋଚନା ।
୧୧-ମମତା କହିଲେ-ମନ୍ତ୍ରୀ ବି ବଙ୍ଗଳାକୁ ଆସିଲେ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ହେବ, ମୋଦିଙ୍କୁ ବି କଲେ ଟାର୍ଗେଟ୍ ।
୧୨-କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜରିମାନା ଆଦାୟ ହୋଇଛି ୧୫କୋଟି: ପୁଲିସ ମହାନିର୍ଦେଶକ ।
୧୩-ପଶ୍ଚିମବଙ୍ଗ ହିଂସାକାଣ୍ଡ: ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୨ଲକ୍ଷ ଟଙ୍କା ।
୧୪-ପ୍ରାଇଭେଟ୍ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଛନ୍ତି କି? ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ ଦ୍ୱିତୀୟ ଡୋଜ୍ ।
୧୫-ରାଜ୍ୟରେ କୋଭିଡ୍ ଟିକାକରଣ ନେଇ ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରେସମିଟ୍ । କହିଲେ, ଭୁବନେଶ୍ୱରରେ ନାହିଁ କୋଭାକ୍ସିନର ଅଭାବ । ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ ପ୍ରାଥମିକତା ।
୧୬-କୋଭିଡ୍ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୧୭-କରୋନା ପରିଚାଳନା ପାଇଁ ୩ ଜିଲାକୁ ୭.୬୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି, ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ।
୧୮-ଦିନକୁ ୧୦ଜଣ ସାଇବର୍ ଠକଙ୍କ ଶିକାର, ଚାରି ମାସରେ ହେଲ୍ପ-ଡେସ୍କକୁ ଆସିଲାଣି ୧୨୦୦ ଫୋନ୍ କଲ୍
୧୯-ତାଲାବନ୍ଦରେ ଚାଷୀ ପ୍ରଭାବିତ : ଜରୁରୀକାଳୀନ କୋଭିଡ ପରୀକ୍ଷା ଓ ଚିକିତ୍ସା ପାଇଁ ଦାବି ।
୨୦-ସ୍ପୁଟନିକ୍‌ର ବଡ଼ ଘୋଷଣା, ଲାଇଟ୍ ଭର୍ସନ ଟିକାର ସିଙ୍ଗଲ ଡୋଜ୍ କରୋନାକୁ ଦେବ ମାତ୍ ।
୨୧-ଅକ୍ସିଜେନ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଥମ ଥର ପାଇଁ ଦିଲ୍ଲୀ ପାଇଲା ୭୩୦ ମେଟ୍ରିକ ଟନ୍ ଅକ୍ସିଜେନ୍ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.