ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

0 499

ଭୁବନେଶ୍ୱର,୨୨/୫(ଏସଏସନିୟୁଜ) ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଲଘୁଚାପର ରୂପ ନେଇସାରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ୨୩ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେଇ ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟାର ରୂପ ନେଇ‘ୟାସ’ ନାମରେ ପରିଣତ ହେବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୁଳରେ ପହଂଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । ସେହିପରି କୃଷକଙ୍କୁ ସେମାନଙ୍କର ଅମଳକୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟ ସ୍ଥଳି ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଜିଲ୍ଲା ପ୍ରଶାସନର ସୂଚନା ମିଳିବା କ୍ଷଣି ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ କୁହାଯାଇଛି । କୃଷି ଜାତ ଦ୍ରବ୍ୟକୁ ଜମିରୁ ଫେରାଇ ଆଣିବାକୁ କୃଷକ ମାନଙ୍କୁ କୁହାଯାଇଛି ।ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ୧୭ ଏନଡିଆରଏଫ ଟିମ୍, ୨୦ ଓଡ୍ରାଫ ଟିମ୍, ୧୫୦ ଫାୟାର ଟିମ୍ ପ୍ରସ୍ତୁତ ଥିବା ନେଇ ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.