ଗୋଡିସାହି ଗ୍ରାମରୁ ଉଦ୍ଧାର ହେଲା ହରିଣ

0 347

ବାରଙ୍ଗ,୨୨/୫(ଏସ ଏସ ନିୟୁଜ) କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ରାମଦାଶପୁର ପଞ୍ଚାୟତ ର ଗୋଡିସାହି ଗ୍ରାମରୁ ଆଜି ଏକ ହରିଣ କୁ ଉଦ୍ଧାର କରିଛି ବନ ବିଭାଗ।ସୂଚନାନୁସାରେ ଆଜି ସକାଳେ ଏକ ୫ ବର୍ଷର ମାଇ ହରିଣ ଟି ଖାଦ୍ୟ ଅନ୍ୱେଷଣରେ ଗୋଡିସାହି ଗ୍ରାମ ମଧ୍ୟକୁ ପସି ଆସିଥିଲା।ଗ୍ରାମର କିଛି ଲୋକ ସକାଳୁ ହରିଣ ଟିକୁ ଦେଖି ତାକୁ କାବୁ କରି ଗ୍ରାମ କୋଠ ଘରେ ରଖି ବନ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ଡମପଡ଼ା ବନ ବିଭାଗର ଭଗିପୁର ବନଖଣ୍ଡ ଫରେଷ୍ଟର ସଞ୍ଜୀବ କୁମାର ବେହେରା,ନରେନ୍ଦ୍ର ନାୟକ,ଯଶୋବନ୍ତ ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମରୁ ହରିଣଟିକୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କରି ଚନ୍ଦକା ଜଙ୍ଗଲ ମଧ୍ୟରେ ଛାଡିଥିବା ସୂଚନା ମିଳିଛି।

Leave A Reply

Your email address will not be published.