ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

0 89

ବାଲିପାଟଣା,୨୦ା୧୦(ଏସଏସନିଉଜ) ବାଲିପାଟଣା ପୁଲିସକୁ ବଡ଼ ସଫଳତା ମିଳିଛି । ଗତକାଲି ରାତିରେ ବନମାଳୀପୁର ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁ ପୁଲିସ କାବୁ କରିବାସହ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଗତକାଲି ରାତିରେ ବନମାଳୀପୁରରେ ଥିବା ଦେଶୀମଦଦୋକାନରୁ ଡକାୟତିପାଇଁ ଯୋଜନା ହେଉଥିବାର ବିଶେଷ ସୂତ୍ରରୁ ସୂଚନାପାଇ ପୁଲିସରପୁରାଟିମ୍ ବନମାଳୀପୁର ବଟ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଲକ୍ଷ୍ମୀସାଗର ଥାନା ବମିଖାଲର ତତ୍ୱମସି ପ୍ରଧାନ ଓରଫ ରିଷି , ବରଗଡ଼ଥାନା ଲକ୍ଷ୍ମୀ ବିହାରର ଦୀପକ ସାହା ଓରଫ ସାହା .ବାଲିପାଟଣା ଥାନା ପୁରୁଣା ଝିଣ୍ଟିର ସଂଜୀବ ବେହେରା ଓରଫ ବବୁଲ , ରାହୁଲ ବେହେରା ଓରଫ କୁନୁ ଓ ବଚନ ଭୋଇଙ୍କ ସମେତ୫ ଜଣିଆ ଗ୍ୟାଙ୍ଗକୁ ପୁଲିସ ମାଡ଼ିବସିଥିଲା।ସେମାନଙ୍କଠାରୁ ୧୯,୫୦୦ ଟଙ୍କା , ବ୍ଲୁ କଲର ପଲସର, ଗୋଟିଏ ଖଣ୍ଡା, ଗୋଟିଏ ଲୁହା ଛଡ଼, ୨ ପ୍ୟାକେଟ ଲଙ୍କା ଗୁଣ୍ଡ, ମଦ ବୋତଲ ପୁଲିସ ଜବତ କରିଛି। ସେମାନଙ୍କ ମଧ୍ୟରୁ ୩/୪ ଜଣ ପେସାଦାର ଅପରାଧୀ ହୋଇଥିବାର ତଦନ୍ତବେଳେ ପୋଲିସ ଜାଣିବାକୁପାଇଛି ।

Leave A Reply

Your email address will not be published.