ସାରା ରାଜ୍ୟରେ ଗଡ଼ୁନି ଘରୋଇ ବସ୍

0 116

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର‌୍ୟ୍ୟନ୍ତ ସାରାରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଏହାର ପ୍ରଭାବ ସାଧାରଣରେ ଦେଖାଦେଇଛି ।ଯାହାଫଳରେ ସାରାରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ଦେଖିବାକୁମିଳିଛି। ଘରୋଇବସକୁ ଚାଡିଦେଇ କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି । ଆଜିଠାରୁ ସ୍କୁଲ,କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି।ଏହିପରିସ୍ଥିତିରେ ଘରୋଇବସ୍ ସେବା ବନ୍ଦ ହୋଇଥିବାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଯେତେଦିନପର‌୍ୟ୍ୟନ୍ତ ରାଜ୍ୟସରକାର ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍ କରିବା ସହ ମୋ ବସ୍‌କୁ କେବଳ ସହରାଞ୍ଚଳରେ ଚଳାଇବା ନେଇ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି ସେତେଦିନ ପର‌୍ୟ୍ୟନ୍ତ ଧର୍ମଘଟ ଜାରିରହିବ ବୋଲି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.