ବାଣ୍ଟିଲେ ସଚେତନତାର ବାର୍ତ।

0 353

ଜଟଣୀ,୩୧/୧(ଏସଏସନିୟୁଜ) ସମ୍ଭାବନା ପରିବାର ଏବଂ ବିଲୁପ୍ତ ବିପ୍ଳବ ସହଯୋଗରେ ଜଟଣୀରେ ସଡକ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ସାଇକେଲ ରାଲୀ ଅନୁଷ୍ଠିତ ହୋଇଯାଇଛି । ଏହି ସାଇକେଲ ଶୋଭାଯାତ୍ରା ଜଟଣୀର ଗାନ୍ଧୀପାର୍କ ଠାରୁ ଆରମ୍ଭ ହୋଇ ସିତରାମ ଛକ, ହରିଭାଇନା ଛକ, ନାଇଜ଼ର ରାସ୍ତା ଦେଇ ଆଇଆଇଟି କଲେଜ ପର୍ଯ୍ୟନ୍ତ ଯାଇ ଆରମ୍ଭ ହୋଇଥିବା ସ୍ଥଳକୁ ଫେରିଥିଲେ। ଏହି ଶୋଭାଯାତ୍ରାରେ ସଡକ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ବିଭିର୍ଣ ସ୍ଲୋଗାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ଖେଳ ଅଧିକାରୀ ଲଳିତ କୁମାର ମହାନ୍ତି, ଜଟଣୀ ଥାନାର ସବ ଇନସ୍ପେଟକ୍କର ସନ୍ତୋଷ କୁମାର ସାହୁ, ବିଲୁପ୍ତ ବିପ୍ଳବର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ  ପ୍ରଭାତ କୁମାର ରାଉତରାୟ ଏବଂ ରାଜ୍ୟ କବାଡି ଖେଳାଳି ହେମନ୍ତ ସାମନ୍ତରାୟ ଉପସ୍ଥିତ କାର୍ଯ୍ୟକ୍ରତାମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ପତାକା ହଲାଇ ଶୋଭାଯାତ୍ରାର ଆରମ୍ଭ କରିଥିଲେ ।

 

ଏହି କାର୍ଯ୍ୟକ୍ରମକୁ, ସମ୍ଭାବନା ପରିବାରର ସଭାପତି ସନ୍ତୋଷ କୁମାର ପାତ୍ର, ଉପ ସଭାପତି ଅବଦୁଲ ସତ୍ତାର, ସୁକାନ୍ତ କୁମାର ନାୟକ, ସମ୍ପାଦକ ଦେବ ପ୍ରସାଦ ଦାସ, ଉପ ସମ୍ପାଦକ ନିତ୍ୟାଜିତ ଚମ୍ପତ୍ତି, ଅମିନ ରାଉତ, ସଙ୍ଗଠନ ସମ୍ପାଦକ ଦିଲ୍ଲୀପ ସିଂହ, କୋଷାଧ୍ୟକ୍ଷ ଉମାକାନ୍ତ ମହାରଣା, ଉପାଦଷ୍ଟା ଭାସ୍କର ଚନ୍ଦ୍ର ଡାକୁଆ, ପରାମର୍ଶଦାତା ହେମନ୍ତ ସୁନ୍ତରାୟ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.