ବାପାଙ୍କ ପ୍ରତିଶୃତି ରଖିଲେ ପୁଅ

0 213

ବାରଙ୍ଗ,୧୮/୧୨(ଏସଏସନିୟୁଜ)ବାପା ଦେଇଥିଲେ ପ୍ରତିଶୃତି । ଆକର୍ଷଣୀୟ କାରୁକାର୍ଯ୍ୟରେ ପରିପୁର୍ଣ ହେବ ଦୋଳମଣ୍ଡପ । କିନ୍ତୁ ତାଙ୍କ ସମୟ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିନଥିଲା ।ବାପା ଦେଖିଥିବା ସ୍ନପ୍ନକୁ ସାକାର କରିବାପାଇଁ ଓ ଦେଇଥିବା ପ୍ରତିଶୃତିକୁ ପୁରଣ କରିବାପାଇଁ ଆଗେଇଆସିଛନ୍ତି ତାଙ୍କର ସୁପୁତ୍ର ରାଜଧାନୀ ଉପକଣ୍ଠ ବାଲିପଡାଗ୍ରାମର ପ୍ରମୋଦ ସେନାପତି । ପ୍ରମୋଦ ସେନାପତି ପେଶା ଓ ନିଶାରେ ଜଣେ ଆଗଧାଡିର ନାମିଦାମୀ ଡାକ୍ତର ।ବାରଙ୍ଗ ଓ ପଟିଆ ଅଂଚଳର ସର୍ବପୁରାତନ ତଥା ପ୍ରସିଦ୍ଧିଲାଭ କରିଥିବା ବାବା ସୋମନାଥଙ୍କ ପୀଠରେ ରହିଥିବା ଦୋଳମଣ୍ଡପର ଉନ୍ନତି କରଣ ହେବ ।ଦୋଳମଣ୍ଡପ ଉପରେ ଛାତ ପଡିବା ସହ ମଣ୍ଡପ ପଛପଟରେ ଅଧାରହିଥିବା ଗଣେଶ ମନ୍ଦିର ମଧ୍ୟ ପୁର୍ଣାଙ୍ଗ ହେବ ।ଏଥିପାଇଁ ବାବା ସୋମନାଥସେନାର ତତ୍ୱାବଧାନରେ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ।ବାପା ଦେଇଥିବା ପ୍ରତିଶୃତି କୁ ସମ୍ମାନ ଜଣାଇ ଆଗେଇ ଆସିଛନ୍ତି ଡାକ୍ତରପ୍ରମୋଦ ସେନାପତି ।

ବାପା ବଂଚିଥିବାବେଳେ ଦୋଳମଣ୍ଡପର ଉନ୍ନିତିକରଣ ପାଇଁ ପ୍ରତିଶୃତି ଦେଇଥିଲେ ।ବ୍ୟସ୍ତବହୁଳ ସମୟମଧ୍ୟରେ ଦୀର୍ଘବର୍ଷ ତଳେ ବାପା ଦେଇଥିବା ପ୍ରତିଶୃତିକୁ ସାକାର କରିବାକୁ ଏବେ ଆଗେଇଆସିବା ସହ ନଡିଆବାଡେଇ ଏହି କାର୍ଯ୍ୟର ଅୟାରମ୍ଭ କରିଛନ୍ତି ପ୍ରମୋଦ ।ଏହି କାର୍ଯ୍ୟକ୍ରମରେ ବୟଜ୍ୟେଷ୍ଠ ମୁରବୀ ଭଗବାନଜେନା, ନିରଞନପରିଡା, ପଂଚଶଖାର ସଭାପତି ଜନକ ମାଝୀ,ଗୁରୁଚରଣ ରାଉତ, ଅସିତସାସମଲ, ବେଣୁଧରଜେନା,ମାଗାସାହୁ,ମହାଯଜ୍ଞ କମିଟିର ସମ୍ପାଦକ ମନୋରଞନ ପଣ୍ଡା,ବୟଜ୍ୟେଷ୍ଠ ପୁଜକ ରବିନ୍ଦ୍ରପଣ୍ଡା ,ରଘୁନାଥପୁର ପଂଚାୟତର ପୁର୍ବତନ ସରପଂଚ ଅଜୟବେହେରା, ଝରେନ୍ଦ୍ରପ୍ରଧାନ, ବାବାସୋମନାଥ ସେନା ଓ ମହାଯଜ୍ଞକମିଟିର ସଭାପତି ଲିଙ୍ଗରାଜରାଉତ ,ବାବାସୋମନାଥ ସେନାର ଉପସଭାପତି ପ୍ରଶାନ୍ତପ୍ରତାପସିଂ ଙ୍କ ସମେତ ବହୁ ସୋମନାଥପ୍ରେମୀ ଭକ୍ତଉପସ୍ଥିତ ରହି ମନ୍ଦିର ପରିସର ଉନ୍ୱତି ଦୀଗରେ ଡାକ୍ତର ପ୍ରମୋଦସେନାପତିଙ୍କ ଉଦ୍ୟମ ଓ ସହଯୋଗକୁ ପ୍ରଂଶସା କରିଥିଲେ ।ାଗୈାତମରାଉତଙ୍କ ରିପୋର୍ଟ।।

Leave A Reply

Your email address will not be published.