ସ୍କୁଲ ପରିସରକୁ ପଶିଲା ଭାଲୁ

0 250

ମାଲକାନଗିରି୧୫/୧୨(ଏସଏସନିୟୁଜ) ଗୋବିନ୍ଦପାଲ୍ଲୀ ଠାରେଥିବା ଏକସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ରାତିରେ ତିନଟି ଭାଲୁ ପଶିଆସିଥିଲେ । ଏମାନେ ଖାଦ୍ୟ ଅନ୍ବେଷଣ କରୁଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।ଯାହାକୁ ନେଇ ଛାତ୍ରାବାସରେ ରହୁଥିବା ପିଲାମାନେ ମଧ୍ୟ ଆତଙ୍କିତ ହୋଇପଡିଥିବା ଦେଖିବାକୁ ମିଳିଛି। ସ୍କୁଲର ପାଚେରୀ ଖୋଲା ଥିବାରୁ ଭାଲୁଟି ଭିତରକୁ ପଶିବା ସହ ଖାଦ୍ୟ ନପାଇ ପୁଣି ଫେରିଯାଉଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।ତେବେ କାହାର କିଛି କ୍ଷତି ହୋଇନଥିବାବେଳେ ଏହି ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି ।

Leave A Reply

Your email address will not be published.