ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆକୁ ଓମିକ୍ରନ୍‌

ଆଜିର ଖବର,ତାରିଖ–16-12-2021(ଗୁରୁବାର)

0 522

୧. ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା ।
୨. କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ ।
୩. ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ମିଳିଲା ଆଶ୍ବସ୍ତି ।
୪. ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର ।
୫. ଦେଶ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସେବା କଦାପି ଭୁଲିବ ନାହିଁ – ପ୍ରଧାନମନ୍ତ୍ରୀ ।
୬. ଦେଶରେ ସେମିକଣ୍ଟକ୍ଟର ନିର୍ମାଣ ପାଇଁ ପ୍ରୋତ୍ସାହନକୁ କେନ୍ଦ୍ରର ମଞ୍ଜୁରୀ: ୬ ବର୍ଷରେ ଖର୍ଚ୍ଚ ହେବ ୭୬ ହଜାର କୋଟି । ଦେଶରେ ସେମିକଣ୍ଡକ୍ଟର ତିଆରିକୁ ଉତ୍ସାହିତ କରିବା ପାଇଁ ବୁଧବାର କ୍ୟାବିନେଟ୍ ଏକ ପିଏଲଆଇ ସ୍କିମକୁ ଅନୁମୋଦନ କରିଛନ୍ତି ।
୭. ପୂର୍ବେ ହେଉଥିଲା ସ୍କାଣ୍ଡାଲର ଖୁଲାସା, ଏବେ ଆଉ ଦେଖିବାକୁ ମିଳୁନାହିଁ ବିସ୍ଫୋରକ ଖବର: ସାମ୍ବାଦିକଙ୍କୁ ଆଇନା ଦେଖାଇଲେ ସିଜେଆଇ । ଡିଜିଟାଲ ମାଧ୍ୟମରେ ଆୟୋଜିତ ଏକ ପୁସ୍ତକ ବିମୋଚନ କାର୍ଯ୍ୟକ୍ରମରେ ଏହି କଥା କହିଛନ୍ତି ଦେଶର ପ୍ରଧାନ ବିଚାରପତି ଏନଭି ରମନ୍ନା ।
୮. ସରକାରଙ୍କ ଚିନ୍ତା ବଢାଇଲେ ଡାକ୍ତର, ୧୭ରୁ ଧର୍ମଘଟ ପାଇଁ ଚେତାବନୀ । ଏନଇଇଟି-ପିଜି ୨୦୨୧ କାଉନସେଲିଂ ଓ ନାମଲେଖା ପ୍ରକ୍ରିୟାକୁ ତ୍ବରାନ୍ବିତ ନକଲେ ଆସନ୍ତା ୧୭ ତାରିଖରୁ ରେସିଡେଣ୍ଟ ଡାକ୍ତରମାନେ କାମ ବନ୍ଦ କରିବେ ।

୯. ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଅର୍ଥାତ୍ ଓଡ଼ିଶାକୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ନିତି ଆୟୋଗ ବୈଠକରେ ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୦. ରାଜ୍ୟରେ ବିପଦରେ ‘ମହିଳା’ : ସରକାରଙ୍କୁ ଜିଲ୍ଲା ପ୍ରଶାସନର ଚାଂଚଲ୍ୟକର ରିପୋର୍ଟ ।
୧୧. କୋଲକାତାର ଦୁର୍ଗାପୂଜାକୁ ୟୁନେସ୍କୋର ଐତିହ୍ୟ ଟ୍ୟାଗ୍‌ ।
୧୨. ତାମିଲନାଡୁ ଛୁଇଁଲା ଓମିକ୍ରନ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୯କୁ ବୃଦ୍ଧି ।
୧୩. ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’ ।
୧୪. ଛତ୍ରପୁର ଓ ବ୍ରହ୍ମପୁରରେ ହେବ ପଲ୍ଲିଶ୍ରୀ ମେଳା, ମୁଖ୍ୟ ଆକର୍ଷଣ ସାଜିବେ Indian Idol-10ର ବିଜେତା ସଲମାନ ଅଲ୍ଲୀ ।
୧୫. ବିଶ୍ୱକପରେ ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ, ମାର୍ଚ୍ଚ ୬ରେ ମ୍ୟାଚ୍ ।
୧୬. ଭୟଙ୍କର ପରିଣତି ପାଇଁ ପ୍ରସ୍ତୁତ ରୁହ : ଋଷିଆକୁ ୟୁରୋପୀୟ ସଂଘର ଚେତାବନୀ ।
୧୭. ପୁଣି ଆରମ୍ଭ ହେଲା ଇକୋ ରିଟ୍ରିଟ୍ । କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପାତି ସୋନାପୁର ଓ କୋରାପୁଟ ଭଳି ରାଜ୍ୟର ୭ଟି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ଭର୍ଚୁଆଲ୍‌ରେ ଇକୋ ରିଟ୍ରିଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
୧୮. ୭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ୬୪୦୨ ଜଣକୁ ମିଳିବ ନିଯୁକ୍ତି ।
୧୯. ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨୦. 2021-26 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟର ଅନୁମୋଦନ ।
୨୧. ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ 4 ଲେନ ବିଶିଷ୍ଟ କେସିଙ୍ଗା ଆରଓବି 4 ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି । ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର 201 ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା 26)ର 176 କିମି ଠାରେ ଲେଭେଲ କ୍ରସିଂ ସଂଖ୍ୟା ଆରଭି-172 ପାଇଁ ଭୂମି ଅଧିଗ୍ରହଣକୁ ମଧ୍ୟ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ପାଇଁ 324.09 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

୨୨. ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ।
୨୩. ଶ୍ରୀମନ୍ଦିର ପାଇଁ ନୂଆ ଏସଓପି: ଆସନ୍ତା ୩୧ ଓ ଜାନୁଆରୀ ୧ରେ ବନ୍ଦ ରହିବ ଶ୍ରୀଜିଉ ଦର୍ଶନ ।
୨୪. ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ । ୨୬ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସେଂଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ୩ରୁ ୭ ଜାନୁୟାରୀ (ଜୋହାନ୍ସବର୍ଗ), ଓ ତୃତୀୟ ଟେଷ୍ଟ ୧୧ରୁ ୧୫ ଜାନୁୟାରୀ (କେପଟାଉନ)ରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ୧୯ ଜାନୁୟାରୀ (ପାର୍ଲ), ଦ୍ୱିତୀୟ ଦିନିକିଆ ୨୧ ଜାନୁୟାରୀ (ପାର୍ଲ) ଓ ତୃତୀୟ ଦିନିକିଆ ୨୩ ଜାନୁୟାରୀରେ କେପଟାଉନରେ ଖେଳାଯିବ ।ଶୁଭ ସକାଳ , GOOD MORNING 🙏
➡️କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।

 

Leave A Reply

Your email address will not be published.