ଆଜିର ଅନୁଚିନ୍ତା

ତାରିଖ - ୧୬:୧୨:୨୦୨୧(ଗୁରୁବାର)

0 240

🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ,ସର୍ବେ ନିଜ ନିଜ ଅଭିନୟ ସାରି,ବାହୁଡିବେ କାଳବଳେ ।
🦋ହେ ଈଶ୍ବର ସୁଖ ଏତିକି ଦିଅ ଯେ ମନରେ ଅହଙ୍କାର ନ ଆସୁ ଆଉ ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟୁ ।
🦋ମିତ୍ର ଯଦି ସୁଖରେ ଅଛି ତେବେ ନ ଡାକିଲା ଯାଏଁ ଯିବ ନାହିଁ ଆଉ ମିତ୍ର ଯଦି ଦୁଃଖରେ ପଡିଛି ତେବେ ଡାକିବା ଯାଏଁ ଅପେକ୍ଷା କରିବ ନାହିଁ ।
🦋ସମ୍ପର୍କ-ଦଶ ବର୍ଷର ହେଉ ବା ଦଶ ଦିନରେ ହେଉ,ବିଶ୍ବାସ ନ ରହିଲେ ସେ ସମ୍ପର୍କର କିଛି ମୂଲ୍ୟ ରହେ ନାହିଁ


➡️”ଯେପରି ନଖ ବଢ଼ିଗଲେ ସମସ୍ତେ ନଖକୁ କଟିଥାନ୍ତି ଆଙ୍ଗୁଳିକୁ ନୁହଁ , ଠିକ ସେହିପରି ଯଦି ମନରେ ସନ୍ଦେହ ସୃଷ୍ଟି ହେଉଛି କାରଣ ଖୋଜି ସମାଧାନ କରିବାକୁ ଚେଷ୍ଟା କରନ୍ତୁ ହେଲେ କେବେ ସମ୍ପର୍କ ଭାଙ୍ଗନ୍ତୁ ନାହିଁ !
➡️”ଯେମିତି ଏକ ଛୋଟ ପୋକ ବଡ ବଡ ଫଳ ଭିତରେ ପଶି ଫଳକୁ ନଷ୍ଟ କରିଦିଏ , ଠିକ ସେମିତି ସନ୍ଦେହ ସମ୍ପର୍କ ଭିତରେ ପଶି ବଡ ବଡ ସମ୍ପର୍କକୁ ବି ନଷ୍ଟ କରିଦିଏ !
➡️”ସମୟ ଯେତେବେଳେ ପରୀକ୍ଷା ନିଏ ସେତେବେଳେ ସମୟ ଅଦୃଶ୍ୟ ଅବସ୍ଥାରେ ସବୁ ଦିଗରୁ ପ୍ରହାର କରିଥାଏ , ସେ ଧନୀ ଗରିବ , ଜ୍ଞାନୀ ଅଜ୍ଞାନୀ କିଛି ବି ବୁଝି ନଥାଏ !
➡️”କେବେ କାହାକୁ ଆଘାତ ଦିଅନ୍ତୁ ନାହିଁ କାହିଁକିନା ଆଘାତ କେବଳ କଷ୍ଟ ଦିଏ ନାହିଁ ଜଣକୁ ବି ବଦଳେଇ ଦେଇଥାଏ !
ଆଜିର ନୀତିବାଣୀ
➡️”ଜ୍ଞାନସିଦ୍ଧିର ସପ୍ତାଙ୍ଗ ହେଉଛି: ସ୍ମୃତି, ସତ୍ୟ, ବୀର୍ଯ୍ୟ, ପ୍ରୀତି, ପ୍ରଶାନ୍ତି, ସମାଧି ଓ ଉପେକ୍ଷା । ଯେଉଁମାନଙ୍କର ମନ ଏହି ସପ୍ତାଙ୍ଗଦ୍ୱାରା ସମୁନ୍ନତ, ଯେଉଁମାନେ ସକଳ ତୃଷ୍ଣା ପରିହାର କରି ତ୍ୟାଗରେ ଆନନ୍ଦ ଲାଭ କରନ୍ତି – ସେହିମାନେ ହିଁ ମୁକ୍ତ, ଦୀପ୍ତିମାନ !!

➡️”ଯେଉଁ ବ୍ୟକ୍ତି ଅନ୍ଧବିଶ୍ୱାସର ବଶବର୍ତ୍ତୀ ନୁହଁନ୍ତି, ଯିଏ ନିର୍ବାଣ ଦର୍ଶନ ଅବଗତ, ଯିଏ ପୁନର୍ଜନ୍ମ ବିଶ୍ୱାସ କୁ ଅସ୍ୱୀକାର କରିଛନ୍ତି, ଯିଏ ସମସ୍ତ ଇପ୍ସା, ଲିପ୍ସା ତ୍ୟାଗ କରିଛନ୍ତି ସେ ହିଁ ଯଥାର୍ଥରେ ମହାପୁରୁଷ !!
➡️”ଗ୍ରାମ ହେଉ, ଜଙ୍ଗଲ ହେଉ, ଉପତ୍ୟକା ହେଉ କି ପାହାଡ ହେଉ- ଯେଉଁଠି ଅର୍ହତ (ଜ୍ଞାନୀ) ମାନେ ବାସକରନ୍ତି ସେହି ସ୍ଥାନ ହେଉଛି ଆନନ୍ଦମୟ !!
➡️”ଗୁରୁଜନଙ୍କୁ ଭକ୍ତି ଓ ଜ୍ଞାନୀଜନଙ୍କୁ ସମ୍ମାନ ପ୍ରଦର୍ଶନ କଲେ ଚତୁର୍ବିଧ ମଙ୍ଗଳ ହୁଏ, ଯଥା: ଆୟୁ, ରୂପ, ସୁଖ ଓ ବୀର୍ଯ୍ୟ ପ୍ରାପ୍ତି ହୋଇଥାଏ !!
ଆଜିର ସୁବିଚାର
➡️”ଭାସିଗଲେ ପାଣିକୁ ଦୋଷ ଦିଏ , ପଡ଼ିଗଲେ ପଥରକୁ ଦୋଷ ଦିଏ , ମଣିଷଟା ବହୁତ ଅଜବ ପ୍ରାଣୀ କିଛି ନ କରିପାରିଲେ ଭାଗ୍ୟକୁ ଦୋଷ ଦିଏ !
➡️”ମୋର ମୋର ବୋଲି କେତେ ତୁ ହଉଛୁ ଏଠି କିଛି ନୁହେଁ ତୋହର । ଧନ , ଜନ , ସମ୍ମାନ କାହାପାଇଁ ତୁ ସଞ୍ଚୁଛୁ ସଂସାରେ ନିଶ୍ବାସ ବି ନୁହେଁ ନିଜର … !
➡️”ଯିଏ କନ୍ଦାଏ … ସିଏ ବି ଦିନେ କାନ୍ଦେ । ଏଇଟା ଅଭିଶାପ ନୁହେଁ ପ୍ରକୃତିର ବିଚାର !
➡️”ସମ୍ପର୍କ ବଞ୍ଚାଇବା ପାଇଁ ଜଣକୁ ବାରମ୍ବାର Sorry କହି ଭୁଲ୍ ମାଗିଲେ , ସେ ସମ୍ପର୍କ ରେ ତୁମକୁ କେବେ ସମ୍ମାନ ମିଳିବ ନାହିଁ !🙏🏾ଓଁ ମା ମହାଲକ୍ଷ୍ମୀ ନମଃ🙏🏾ଶୁଭ ସକାଳ.ଧନୁ ସଂକ୍ରାନ୍ତି, ପହିଲି ଭୋଗ,ମାଣବସା,ଶେଷ ଗୁରୁବାର,ଲକ୍ଷ୍ମୀନାରାୟଣ ପୂଜା,ଅନଙ୍ଗ ତ୍ରୟୋଦଶୀ ଓ ଗୀତା ଜୟନ୍ତୀ.ଶୁଭ ଗୁରୁବାର,ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏🏾ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ଧନରାଶି ପ୍ରଦାନ କରନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମାଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା🙏🏾 ଜୟାମା ମହାଲକ୍ଷ୍ମୀ🙏🏾

Leave A Reply

Your email address will not be published.