ବାପାକୁ ଛୁରୀ ଭୁସି ମାରିଦେଲା ପୁଅ

ଦେବଗଡ, ,୧ା୧(ଏସଏସନିଉଜ)ନୂଆବର୍ଷରେ ବାପାକୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ ଥାନା କାଉଁଶିବାହାଲ ଗାଁରେ ଘଟିଛି । ରତ୍ନାକର ପ୍ରଧାନ(୭୦) ଘରେ ଶୋଇଥିବା ବେଳେ ପୁଅ ଦୁର୍ଯ୍ୟୋଧନ ନିଶାସକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ଟଙ୍କା ମାଗିଥିଲା । ବାପା ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର‌୍ୟ୍ୟୋଧନ ମୁଣ୍ଡରେ ବାରମ୍ବାର ଛୁରୀରେ ଆଘାତ ଦେବାରୁ ଘଟଣାସ୍ଥଳରେ ରତ୍ନାକରଙ୍କର ମୃତ୍ୟୁ ହୋଇଛି ।ଖବରପାଇ ପୋଲିସ ଘଟଣାସ୍ଥଳରୁ ପୁଅକୁ ଗିରଫ କରିବାସହ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

- Advertisement -

Leave A Reply

Your email address will not be published.