ବାରବାଟୀ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି

0 357

କଟକ,୨୦/୫(ଏସଏସନିଉଜ) ବାରବାଟୀରେ ଭାରତ-ଦ.ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ରାଜ୍ୟରେ ସଂକ୍ରମଣ କମିଥିବାରୁ ବିନା କୋଭିଡ଼ ପ୍ରୋଟୋକଲରେ ଦର୍ଶକମାନେ ମ୍ୟାଚ୍ ଦେଖିପାରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ ଜୁନ ୧ ରେ ଅନଲାଇନ୍ ଟିକେଟ ଓ ଜୁନ୍ ୯ ଓ ୧୦ ତାରିଖ ଅଫଲାଇନ୍ ଟିକେଟ ବିକ୍ରି ହେବାକୁ ଯାଉଛି । ଟିକେଟ ବିକ୍ରି ବେଳେ ଶୃଙ୍ଖଳା ଉପରେ ଓ ଅନଲାଇନ୍ ଟିକେଟ ଚିଟିଂ ରୋକିବା ଉପରେ ପୋଲିସ ନଜର ରଖିବ । ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ,ଫାୟାର ସେଫଟି ସହ ଦର୍ଶକ କ୍ଷମତା ନଜରରେ ରଖି ପାର୍କିଂ ପ୍ଲେସ ବ୍ୟବସ୍ଥା ରହିବା ନେଇ ସମୀକ୍ଷା ବୈଠକ ରେ ଆଲେଚନା ମଧ୍ୟ ହୋଇଛି । ୧୦ ତାରିଖରେ ଉଭୟ ଦଳ ଭୁବନେଶ୍ବରରେ ପହଞ୍ଚିବେ ।ଗ୍ୟାଲେରି ନମ୍ବର ୧,୩ ଓ ୫ର ଟିକେଟ ଦର ୯୦୦ ଟଙ୍କା , ୨ ଓ ୪ ନମ୍ବର ଗ୍ୟାଲେରିର ଟିକେଟ ଦର ୭୦୦, ୭ ନମ୍ବର ଗ୍ୟାଲେରିର ଦର ୬୦୦, ସ୍ପେଶାଲ ଏନ୍‌କ୍ଲୋଜର ୫୦୦୦, ଏସି ବକ୍ସ ୭୦୦୦ ଟଙ୍କା, ନ୍ୟୁ ପାଭିଲିଅନ୍ ୮୦୦୦, କର୍ପୋରେଟ ବକ୍ସ ୧୨ ହଜାରକୁ ବୃଦ୍ଧି । ଚବଚ୍ଚଗ୍ଧଜ୍ଞରେ ବିକ୍ରି ହେବ ୫୦୦୦ ଟିକେଟ୍ ମୁଲ୍ୟ ରହିଛି । ଆଜି ହୋଇଥିବା ସମୀକ୍ଷା ବୈଠକ ପରେ ଙଉଇ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.