ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ହଣାକଟା

0 139

ଭୁବନେଶ୍ବର, ୧୯/୬(ଏସଏସନିଉଜ) ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରେ ଜଣ ବସ୍ କର୍ମଚାରୀଙ୍କ ମଧ୍ୟରେ ହଣାକଟା ହୋଇଛି । ହଣାକଟାରେ ୨ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ଭୁବନେଶ୍ବରରୁ ଗଞ୍ଜାମକୁ ଯାଉଥିବା ବେଳେ ବାବାମଣି ଓ ଦିଲ୍‌ଦାର ବସ୍ ମଧ୍ୟରେ ଆଗପଛ ଯିବାକୁ ନେଇ ବଚସା ହୋଇଥିଲା ।ପରେ ଏହି ବଚସା ଆକ୍ରମଣର ରୁପରେଖ ନେଇଥିଲା । ଦିଲ୍‌ବର୍ ବସ୍ କର୍ମଚାରୀମାନେ ଧାରୁଆ ଅସ୍ତ୍ରରେ ବାବାମଣି ବସ୍ କର୍ମଚାରୀଙ୍କୁ ଆକ୍ରମଣ କରିବାଦ୍ୱାରା ୨ଜଣ ଆହତ ହୋଇଥିବାର ଜଣାପଡିଛି ।ଖବରପାଇ ଭରତପୁର ଥାନା ପୁଲିସ୍ ଘଟଣାସ୍ଥଳରୁ ଦିଲ୍‌ବର୍ ବସ୍‌ର ୨ ଜଣ କର୍ମଚାରୀଙ୍କୁ ଥାନାକୁ ନେଇ ଅଟକ ରଖିଛି।

 

Leave A Reply

Your email address will not be published.