ବାରଙ୍ଗରେ ପଙ୍ଗପାଳ ଦଳ , ଭୟବିତ ଚାଷୀ

0 480

ଭୁବନେଶ୍ବର :୧/୬(ଏସଏସଏନ୍) ବାରଙ୍ଗରେ ପଙ୍ଗପାଳ ଦଳ !ଏହି କଥା ଅଞ୍ଚଳରେ ପଚାର ହେବା ପରେ ଚାଷିଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଡି ହୋଇଛି ।ଘଟଣା କୁ ପ୍ରକାଶ ଯେ , ସୋମବାର  କିଛି ଲୋକେ ବାରଙ୍ଗ ବଜାର କୁ ଆସୁଥିବା  ବେଳେ ପଙ୍ଗପାଳ ଦଳ ପୁରୁଣା ବାରଙ୍ଗ ଗୋଲେଇ ଛକ ଠାରେ ରହିଥିବା ଦେଖିବାକୁ ପାଇଥିଲେ  । ଏହି ଖବର ଚାଷିମାନେ ଶୁଣିବା ପରେ ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।  ଅନ୍ୟପଟେ  ଓଡିଶା ରେ ପଙ୍ଗପାଳ ପହଚିଂଯିବା ପରେ  ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତ କରାଯାଇଛି । ରାଜ୍ୟରେ ୮ଲକ୍ଷ ଚାଷୀଙ୍କୁ ସଚେତନ କରାଯାଉଛି । କିଛି ଚାଷୀଙ୍କୁ ୱେଟସପ ଗ୍ରୁପରେ ରହିଥିବାରୁ ସେମାନଙ୍କୁ ପଙ୍ଗପାଳ ବିଷୟରେ ସଚେତନ କରାଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ପଙ୍ଗପାଳ ନେଇ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

Leave A Reply

Your email address will not be published.