ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା କରୋନା ସହାୟତା ଦେବାପାଇଁ ଦାବି

0 215

ଭୁବନେଶ୍ୱର , ୧/୬ (ଏସଏସନିୟୁଜ) ୨୫ ବର୍ଷ ତଳେ ଭୁବନେଶ୍ଵର ଠାରେ ଆରମ୍ଭ ହୋଇଥିବା ଓଡିଶା ପ୍ରେସ୍ଏକାଡେମୀର ୨୫ତମ ସ୍ୱନକ୍ଷତ୍ର ଉତ୍ସବ ଆଜି ଅପରାହ୍ନରେ ଏକାଡେମୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେପାଳିତ ହୋଇଯାଇଛି ।ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ବିଶିଷ୍ଟ ବେଦବିତ୍ର, ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାରଜ୍ଞାନେନ୍ଦ୍ର ଉଦ୍‌ଘାଟନ କରି କହିଲେ ଯେ ସହର ଓ ଗ୍ରାମାଂଚଳରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କାର‌୍ୟ୍ୟ କରୁଛନ୍ତି । ସରକାର ଏହି ଜରୁରୀ ପରିସ୍ଥିତିରେ ସେମାନଙ୍କ ପରିବାର ପ୍ରତି ଦୃଷ୍ଟି ଦେବାକୁ ଡ. ଜ୍ଞାନେନ୍ଦ୍ରସରକାରଙ୍କ ଠାରେ ଦୃଢ ଦାବି କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨ ମାସ ତଳେ କରୋନା ଭୂତାଣୁଦେଖାଦେବା ସମୟରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସହାୟତା ପ୍ରଦାନ କଲେ । କିନ୍ତୁ ୪ର୍ଥ ସ୍ତମ୍ଭଭାବେ କାର୍ଯ୍ୟା କରୁଥିବା ସାମ୍ବାଦିକମାନଙ୍କ କଥା ସରକାର ଭୁଲିଗଲେ । ଏଣୁ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳସହର ଓ ଗ୍ରାମାଂଚଳର ସାମ୍ବାଦିକମାନଙ୍କୁ ୨୦ ହଜାର ଟଙ୍କା ଅନ୍ୟୁନ ପକ୍ଷେ ସହାୟତା ରାଶି ଦେବା ପାଇଁ ସେଦାବି କରିଛନ୍ତି ।ବିଶିଷ୍ଟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ କହିଲେ ଯେ ରାଜ୍ୟ ସରକାରସାମ୍ବାଦିକମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମା କରିଛନ୍ତି ସତ କିନ୍ତୁ ବୃତିଗତ ଭାବେ ଅସୁବିଧାରେ ପଡ଼ୁଥିବାସାମ୍ବାଦିକମାନଙ୍କ ପ୍ରତି ସରକାର ନ୍ୟାୟ ପ୍ରଦାନ କରିବାକୁ ଓ ସମ୍ବାଦିକମାନଙ୍କ ପାଇଁ ପେନସର ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ ।କାର୍ଯ୍ୟାକ୍ରମକୁ ଏକାଡେମୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀ ସଂଜୟ କୁମାର ପ୍ରଧାନ ପରିଚାଳନାକରିଥିଲେ । ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ମହାନ୍ତି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣଦେଇଥିଲେ । କାର୍ଯ୍ୟାକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଓଡିଶା ପତ୍ରକାର ସଂଘର ସଭାପତି ଶ୍ରୀ ଅବିନାଶ ମିଶ୍ରଗଣମାଧ୍ୟମରେ କାର‌୍ୟ୍ୟ କରୁଥିବା ସାମ୍ବାଦିକମାନଙ୍କର ବହୁ ଅଭାବ ଅସୁବିଧା ବିଷୟରେ ଆଲୋକପାତକରିଥିଲେ । କାର‌୍ୟ୍ୟକ୍ରମ ଶେଷରେ ସଂପାଦିକା ରୀତାଞ୍ଜଳି ଆଚାର‌୍ୟ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ । ଏହିକାର‌୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା, ବଳରାମ ପ୍ରସାଦ ନନ୍ଦ, ତୁଷାର ପଟ୍ଟନାୟକ, ଆଲଫା ରାୟପ୍ରମୁଖ ଯୋଗ ଦେଇଥିଲେ । ଡ. ଜ୍ଞାନେନ୍ଦ୍ର ଏହି ଅବସରରେ ଏକାଡେମୀର ପ୍ରତିଷ୍ଠାତା ସଂଜୟ କୁମାରପ୍ରଧାନଙ୍କୁ ଉତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.