ଲକ ଡାଉନ ୧.୦ର ନୁଆ ନୀୟମ-ଶନିବାର ଓ ରବିବାର ସଟ ଡାଉନ

0 220

ଭୁବନେଶ୍ୱର,୧/୬(ଏସ୍‌ଏସ୍‌ନିୟୁଜ) ଆଜିଠାରୁ ରାଜ୍ୟରେ ଲକ୍ଡାଉନ ୧.୦ କଟକଣା ଜାରି କରାଯାଇଛି । ଜୁନ୍ ୩୦ ଯାଏଁ ୧୧ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ କଟକଣା ଜାରି କରାଯାଇଛି । ଲୋକମାନଙ୍କ ଯାତାୟତ ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି କଟକଣା ଜାରି କରିଛଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୁଲିସ ଡିଜିପି ଶ୍ରୀ ଅଭୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ବନ୍ଦ ରହିବସିନେମା ହଲ୍, ଜିମ୍ନାସିୟମ, ସୁଇମିଂ ପୁଲ ଜୁନ ଶେଷ ଯାଏଁ ବନ୍ଦ ରହିବ ,ସପିଂ କମ୍ଲେକ୍ସ ମଧ୍ୟ ୩୦ ଜୁନ ଯାଏଁ ଖୋଲିପାରିବ ନାହିଁ ,ସମସ୍ତ ପ୍ରକାର ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ,ଜୁଲାଇ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ,ସାମାଜିକ, ରାଜନୈତିକ, ଧର୍ମୀୟ ସମାବେଶ ବି ବନ୍ଦ ରହିବ ,ତେବେ ୩୦ ପ୍ରତିଶତ କ୍ଷମତାକୁ ନେଇ ହୋଟେଲ ଖୋଲିପାରିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।ଏହାକୁ ବାଦ ଦେଲେ ସଂକ୍ରମଣ ବଢିଥିବା ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ ଡାଉନ ରହିବ ।ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟ ଡାଉନ ରହିବ ।୧୧ ଜିଲ୍ଲାଗୁଡିକ ହେଲା- ଗଂଜାମ, ପୁରୀ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲଶ୍ୱର, ଖୋର୍ଦ୍ଧା ଓ ବଲାଙ୍ଗୀର ଜିଲ୍ଲା ।ଏହି ୨ ଦିନ କୌଣସି ଅଫିସ ଖୋଲା ରହିବ ନାହିଁ । ହେଲେ ଔଷଧ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଡିଜିପି ଅଭୟ କହିଛନ୍ତି, ଯଦି କୌଣସି ବ୍ୟକ୍ତି ମାସ୍କ ନପିନ୍ଧନ୍ତି ତେବେ ସେ ଗିରଫ ହେବେ । ଛେପ ପକାଇଲେ ଏବଂ ମାସ୍କ ନପିନ୍ଧିଲେ ଅଧିକ ଜରିମାନା ଲଗାଯିବ । ପ୍ରଥମ ଓ ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୫ ଶହ ଜରିମାନା ଲାଗିବ ବୋଲି ସେ କହିଛନ୍ତି । ଆଉ ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୧ ହଜାର ଜରିମାନା । ମାସ୍କ ନପିନ୍ଧିଲେ ଏପିଡେମିକ ଆକ୍ଟ ଅନୁସାରେ ଗିରଫ କରାଯିବା ସହ ଜରିମାନା ମଧ୍ୟ ଲଗାଯିବ । ଖାଲି ଏତିକି ନୁହେଁ ବରଂ ବିନା କାରଣରେ କୁଆଡେ ବୁଲନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ସେହିଭଳି ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର‌୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.