ପୁଣି ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ

0 254

ଭୁବନେଶ୍ୱର,୧/୬(ଏସ୍‌ଏସ୍‌ନିୟୁଜ) ଆଜି ସର୍ବାଧିକ ୧୫୬ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଆଜି ସକାଳୁ ୧୯ ଜିଲ୍ଲାରୁ ସର୍ବାଧିକ ୧୫୬ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ , କେନ୍ଦୁଝର , ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ , ବରଗଡ଼ , ସୋନପୁରରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା , ନୟାଗଡ଼ , ସୁନ୍ଦରଗଡ , ନୂଆପଡ଼ାରୁ ୩ ଲେଖାଏଁ ଚିହ୍ନଟ , କନ୍ଧମାଳ ଜିଲ୍ଲାରୁ ୯ , ଭଦ୍ରକରୁ ୭ ଆକ୍ରନ୍ତ, କଟକ ୨୦ , ଗଞ୍ଜାମରୁ ୧୭ , ଜଗତସିଂହପୁର ୧୪ , ଯାଜପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି । ୧୫୬ ଜଣଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣ ଲୋକାଲ କେସ୍ ବୋଲି ଜଣା ପଡ଼ିଛି ।
କେନ୍ଦ୍ରାପଡ଼ାଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯କୁ ବୃଦ୍ଧି ପାଇଛି। ଭଦ୍ରକରୁ ଆଜିର ୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି ,ଗଞ୍ଜାମରୁ ଆଜିର ୧୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧କୁ ବୃଦ୍ଧି ପାଇଛି ,ଜଗତସିଂହପୁରରେ ଆଜିର ୧୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି ,ଯାଜପୁର ଜିଲ୍ଲାରେ ଆଜିର ୧୧ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୮୦କୁ ବୃଦ୍ଧି ପାଇଛି ।ବୌଦ୍ଧରୁ ଆଜିର ଜଣେ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ,କେନ୍ଦୁଝରରୁ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ମାଲକାନଗିରିରେ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।ବଲାଙ୍ଗୀରରେ ଆଜିର ୨ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି । ସମ୍ବଲପୁରରେ ଆଜି ୨ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.