ବାରଙ୍ଗ ପ୍ରେସ୍ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

0 206

ବାରଙ୍ଗ, ୩୧/୮(ଏସଏସନିୟୁଜ)ସରକାର କାର‌୍ୟ୍ୟରତ ସାମ୍ବାଦିକଙ୍କ ପରିବାରର ସୁରକ୍ଷା ଲାଗି ସ୍ୱାସ୍ଥ୍ୟ ବୀମା ଭଳି ଐତିହାସିକ ଯୋଜନା କରିଛନ୍ତି।ବହୁ ବିପରୀତ ପରିସ୍ଥିତିରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଖବର,ଚିତ୍ର ଓ ଚଳଚିତ୍ର(ଭିଡ଼ିଓ) ସଂଗ୍ରହ କରି ସରକାର, ଜନସାଧାରଣ ଓ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ କାର‌୍ୟ୍ୟ କରି ଆସୁଛନ୍ତି।ସମାଜର ସୈନିକ କୁହାଯାଉଥିବା ସାମ୍ବାଦିକଙ୍କୁ ସରକାର କୋରୋନା ଯୋଦ୍ଧା ଘୋଷଣା କରିଛନ୍ତି।ହେଲେ ଅଧିକାଂଶ ସାମ୍ବାଦିକ ଓ କ୍ୟାମେରା ମ୍ୟାନଙ୍କ ପିଲାମାନେ ଶିକ୍ଷାକ୍ଷେତ୍ରରେ ନାମଲେଖା,ମାସିକ ଅର୍ଥ ଦେୟ ଓ ଅନ୍ୟାନ୍ୟ ଦେୟ ରିହାତି (ଫିସ୍‌) ଦେବାକୁ ସକ୍ଷମ ନୁହଁନ୍ତି।ଫଳରେ ସେମାନଙ୍କ ପିଲାମାନେ ବିଦ୍ୟାଳୟ,ମହାବିଦ୍ୟାଳୟ,ଅନ୍ୟାନ୍ୟ ବୈଷୟିକ ତାଲିମ କେନ୍ଦ୍ରରେ ନାମ ଲେଖାଇ ନ ପାରି ଉନ୍ନତ ତଥା ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ହେଉଛନ୍ତି।କାର‌୍ୟ୍ୟରତ ସାମ୍ବାଦିକ ଓ କ୍ୟାମେରା ମ୍ୟାନଙ୍କ ପିଲାମାନଙ୍କ ପାଇଁ ନାମ ଲେଖା କ୍ଷେତ୍ରରେ ସଂରକ୍ଷଣ ଓ ଆର୍ଥିକ ରିହାତି ସୁବିଧା କରାଇବା ଲାଗି ଓଡ଼ିଶାରେ ପ୍ରଥମ କରି ଆଜି ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାରଙ୍ଗ ବିଡ଼ିଓ ପ୍ରଭାକର ପଣ୍ଡାଙ୍କ ଜରିଆରେ ବ୍ଲକ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ବାରଙ୍ଗ ପ୍ରେସ କ୍ଲବ ସଭାପତି ଲିଙ୍ଗରାଜ ରାଉତଙ୍କ ନେତୃତ୍ୱରେ ସମ୍ପାଦକ ରୁଦ୍ରନାରାୟଣ ଷଡ଼ଙ୍ଗୀ,ଦେବେନ୍ଦ୍ରନାଥ ସାହୁ,ପ୍ରକାଶ ଚନ୍ଦ୍ର ସାହୁ,ଜଗନ୍ନାଥ ଭଞ୍ଜ,କମଳାକାନ୍ତ ନାୟକ,ଗୌତମ କୁମାର ରାଉତ,ତୁଷାରକାନ୍ତ ବେହେରା,ପ୍ରଶାନ୍ତ ସାହୁଙ୍କ ସମେତ କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ବିଡ଼ିଓଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.