ରାଜଧାନୀ ଉପକଣ୍ଠରେ ସେରୋ ସର୍ଭେ,୪୪ ଜଣଙ୍କ ରକ୍ତ ନମୁନା ସଂଗ୍ରହ

0 189

ବାରଙ୍ଗ,୩୧/୮(ଏସଏସନିୟୁଜ)ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଓ ଭୁବନେଶ୍ୱର ର କ୍ଷେତ୍ରୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି) ପକ୍ଷରୁ ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମରେ ସେରୋଲଜିକାଲ ସର୍ଭେ ଅବା ଆଣ୍ଟିବଡ଼ି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହୋଇଛି।୬ ବର୍ଷରୁ ଉର୍ଦ୍ଧ ବୟସ୍କ ଏହି ସର୍ଭେ ରେ ସାମିଲ ହୋଇଥିଲେ।ଏହି ସର୍ଭେରୁ ୪୪ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।କୋରୋନା ଟୀକାକରଣ ପରେ ଶରୀରରେ ଆଣ୍ଟିବଡ଼ି ମାତ୍ରା ଜାଣିବା ପାଇଁ ଏହା ଟେଷ୍ଟିଂ କରାଯାଇଛି।ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଜଣେ ଅଧିକାରୀ ଏବଂ ନୁଆବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ତପସ୍ଵିନୀ ଦାସଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ଆରଏମଆରସି ଦଳ ଏବଂ କେନ୍ଦ୍ର ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ଵାରା ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।ଏହି ସେରୋ ସର୍ଭେ ମାଧ୍ୟମରେ ସଂକ୍ରମଣର ବେଗ ଏବଂ ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ମିଳିବା ସହ ଏହାର ମୁକାବିଲା ଲାଗି ସହାୟକ ହୋଇଥାଏ।(ଗୈାତମରାଉତଙ୍‌କ ରିପୋର୍ଟ)

Leave A Reply

Your email address will not be published.