ବାରଙ୍ଗପ୍ରେସ୍‌କ୍ଲବ୍‌ରେ O.M .A

0 822

ବାରଙ୍ଗ,୧୫/୧୦(ଏସ୍‌ଏସ୍‌ନିୟୁଜ) ବାରଙ୍ଗପ୍ରେସକ୍ଲବର ତିନିଜଣ ସାମ୍ବାଦିକପାଇଁ ଜଣେ ନିସହାୟ ଯୁବତୀର ସମ୍ମାନ ରକ୍ଷା ହୋଇପାରିଲା ।ଏହାଦ୍ୱାରା ଯୁବତୀଜଣଙ୍କ ଏକ ବଡ ଦୁର୍ଘଟଣାରୁ ରକ୍ଷାପାଇଥିଲେ । ସାମ୍ବାଦିକମାନେ ସ୍ଥାନୀୟ ପୋଲିସ ସହାୟତାରେ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରାଇ ଥାନାରେ ପହଁଚାଇବା ସହ ଘଟଣାରେ ସମ୍ପୃକ୍ତ ଅଟୋଚାଳକକୁ ଧରି ପୋଲିସର ଜିମା ଦେଇଥିଲେ ।ଏହିଭଳି ଏକ ଘଟଣା ମୁଣ୍ଡଳି ପାଖରେ ଲତାବାସେଳି ମନ୍ଦିର ପାଖରେ ଘଟିଥିଲା ।କଟକବାଦମବାଡିରୁ ଜଣେ ଯୁବତୀକୁ ଭୁବନେଶ୍ୱରରେ ଛାଡିବାକୁ କହି ଅଟୋଚାଳକ ଭୁଲରାସ୍ତାରେ ଆଣି ଜଙ୍ଗଲମଧ୍ୟକୁ ଯାଇ ଯୁବତୀଙ୍କର ସମ୍ମାନ ହାନୀ କରିବାର ଅପଚେଷ୍ଟା କରିଥିଲେ । ଲତାବାସେଳି ମନ୍ଦିର ପାଖରେ ଚୋରା ମୋରମ ଚାଲଣ ହେଉଥିବାର ସୁଚନା ପାଇଁ ଅନୁଧ୍ୟାନ ପାଇଁ ତିନିଜଣ ସାମ୍ବାଦିକ ଏହି ଜଙ୍ଗଲରାସ୍ତାରେ ଆସୁଥିଲେ । ସୈାଭାଗ୍ୟବଶତଃ ଯୁବତୀ ଜଣଙ୍କ ସେମାନଙ୍କୁ ଭେଟି ଘଟଣାବିଷୟରେ କହିବାସହ ସୁରକ୍ଷାମାଗିଥିଲା ।କାଳବିଳମ୍ଭ ନକରି ସାମ୍ବାଦିକମାନେ ଅଟୋଚାଳକକୁ କାବୁ କରିବାରେ ସକ୍ଷମ ହୋଇଥିଲେ ।ସାମ୍ବାଦିକ ମାନଙ୍କୁ ଦେଖି ପାଖରେ ଗାଇଚରାଉଥିବା ଦୁଇଜଣ ଯୁବକ ଆସି ପରେ ଏମାନଙ୍କୁ ସହାୟତା ପ୍ରଦାନ କରିଥିଲେ ।ଜଙ୍ଗଲମଧ୍ୟରେ ଏହି ସାମ୍ବାଦିକ ଯିଏକି , ବାରଙ୍ଗପ୍ରେସକ୍ଲବର ତିନିଜଣ ସଦସ୍ୟ ନିଷ୍ଠାର ସହ ମାନବବାଦୀ ଆଭିମୁଖ୍ୟ ସହ ଜଣେ ଅସହାୟକୁ ସହଯୋଗର ହାତ ବଢାଇ ଏକ ଦୃଷ୍ଟାନ୍ତମୁଳକ ଉଦାହରଣ ସୃଷ୍ଟି କରିପାରିଥିଲେ । ଏଥିପାଇଁ ଓଡିଶା ମିଡିଆ ୱେଲଫେୟାର ଆସୋସିଏସନ ପକ୍ଷରୁ ୩ଜଣ ସାହାସୀ ସାମ୍ବାଦିକ ତୁଷାର କାନ୍ତ ବେହେରା,  ଲକ୍ଷ୍ମିଧରବେହେରା, ନିର୍ଜାରିଆଜାନ ବେଗ୍ ଙ୍କୁ ଗୁରୁବାରଦିନ ବାରଙ୍ଗପ୍ରେସ୍‌କ୍ଲବ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି ।

ଓଡିଶା ମିଡିଆ ୱେଲଫେୟାର ଆସୋସିଏସନର ରାଜ୍ୟ ସଭାପତି ଲିଙ୍ଗରାଜରାଉତ, ଉପ-ସଭାପତି ସଞୟକୁମାରମହାନ୍ତି ,ସମ୍ପାଦକ ଡି,ନିରଞନ ରେଡିଙ୍କ ସମେତ ବାରଙ୍ଗପ୍ରେସକ୍ଲବର ସଦସ୍ୟମାନେ ଉପସ୍ଥିତ ରହି ସାମ୍ବାଦିକଙ୍କ ନିଷ୍ଠାବାନ କର୍ତବ୍ୟକୁ ପ୍ରସଂଶା କରିବା ସହ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ ।ଏହାପରେ ଆସୋସିଏସନର ଏକ ପ୍ରତିନିଧିଦଳ ସାମ୍ବାଦିକମାନାଙ୍କୁ ସହଯୋଗ କରିଥିବା ଦୁଇଜଣ ଯୁବକ ବଡମୁଣ୍ଡଳିର ମହେଶ୍ୱର ଦାସ ଓରଫ ପପୁ ଓ ସାନମୁଣ୍ଡଳିର ସନ୍ତୋଷମହାରଣା ଙ୍କ ପାଖକୁ ଗାଇଚରାଉଥିବାସ୍ଥାନକୁ ଯାଇ ସେଠାରେ ତାଙ୍କର ସହେଯାଗୀତା ପାଇଁ ପ୍ରଶଂସା କରିବା ସହ ସମ୍ମାନୀତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ନବଘନରାଉତ, ତ୍ରିଲୋଚନଦାସ, ରୁଦ୍ରନାରାୟଣଷଡଙ୍ଗୀ, ଜଗନ୍ନାଥଭଞ, କମଳା କାନ୍ତନାୟକ ସଂଗ୍ରାମକିଶୋର ଦାସ ,ପ୍ରକାସ ଚନ୍ଦ୍ରସାହୁ, ଅଜୟକୁମାରରାଉତ, ,ଦୁଷ୍ମନ୍ତଜେନା,ପ୍ରଦୀପକୁମାରସ୍ୱାଇଁ, ଦେବେନ୍ଦ୍ର ନାଥ ସାହୁ, କୃଷ୍ନଚନ୍ଦ୍ର ସ୍ୱାଇଁ, ଅବଦୁଲ ମୁନାଖାଁ,ସନ୍ତୋଷକୁମାର ମଲ୍ଲିକ, ଚିତ୍ରସେନବାରିକ, ସୁକାନ୍ତବେହେରା, ଲୋଚନ ମୁଦୁଲି, ,ସୁଶାନ୍ତପରିଡା, ଗୈାତମରାଉତ ,ସନ୍ତୋଷ ରାଉତ, ପ୍ରଶାନ୍ତସାହୁ ପ୍ରମୁଖ ଉପସ୍ଥିତ ଥିଲେ ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

 

Leave A Reply

Your email address will not be published.