ବରିଷ୍ଠ IAS ସ୍ତରରେ ଅଦଳବଦଳ

0 305

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ରାଜ୍ୟ ସରକାର ବରିଷ୍ଠ ଓଇଝ ସ୍ତରରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ତଥା ଆଇଏଏସ ଅଶୋକ ମୀନା ହୋଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ । ସେହିପରି ପର‌୍ୟ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ଏହା ସହ ଡିକେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଦୀର୍ଘବର୍ଷ ପରେ ପଞ୍ଚାୟତିରାଜରୁ ବଦଳିଛନ୍ତି ଡି.କେ. ସିଂହ । ସେହିପରି ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ଓ ପର‌୍ୟ୍ୟଟନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.