ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

0 366

ବାରଙ୍ଗ,୧୬/୩(ଏସ ଏସ ନିୟୁଜ)ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ବରିଷ୍ଠ ନାଗରିକ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ରେ ୧୨୫ ଜଣ ବୟସ୍କଙ୍କୁ ଟିକା ଦାନ କରାଯାଇଛି।ପ୍ରକାଶ ଯେ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ୬୦ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ କରୋନା ଟିକା ଦିଆଯାଇଛି।ଏଥିରେ ବାରଙ୍ଗ ଅଞ୍ଚଳ ତଥା ଆଖପାଖ ପଞ୍ଚାୟତ ରୁ ପ୍ରାୟ ୧୨୫ ଜଣ ବ୍ୟକ୍ତି ଓ ମହିଳା ଯୋଗଦେଇ ଟିକା ନେଇଥିଲେ।ସକାଳ ୯ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ପର୍ଯ୍ୟନ୍ତ ଏହି ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିଲା।ଏହି ଟୀକାକରଣ ରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ସଦସ୍ୟ ଉପସ୍ଥିତ ରହି ଟିକାଦାନରେ ସହଯୋଗ କରିଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଡାକ୍ତର ମିନାକ୍ଷୀ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରିୟବ୍ରତ ସାଥୁଆ ଏହାକୁ ପରିଚାଳନା କରିଥିଲେ।(ବାରଙ୍ଗରୁ ଗୌତମ ରାଉତ ଙ୍କ ରିପୋର୍ଟ)

Leave A Reply

Your email address will not be published.