ବାରଙ୍ଗ ତହସିଲଦାର ହେଲେ ସଂକଳ୍ପ ସ୍ୱସ୍ତିକ ସାହୁ

0 242

ଭୁବନେଶ୍ୱର, ୨୪/୪ (ଏସଏସନିୟୁଜ) ଗତକିଛିଦିନ ତଳେ ବାରଙ୍ଗ ତହସିଲଦାର ଟଙ୍କା ନେଇ ଯାଉଥିବାବେଳେ ବାଟରେ ଭିଜିଲାନ୍ସ ଦ୍ୱାରା ରୋକାଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିବାବେଳେ ତହସିଲଦାର ପଦବୀ ଖାଲି ରହିଥିଲା ।ଏବେ ବାରଙ୍ଗର ନୁଆ ତହସିଲଦାରଭାବେ ସଂକଳ୍ପ ସ୍ୱସ୍ତିକ ସାହୁଙ୍କୁ ଭାବେ ନିଯୁକ୍ତି ଦିଆଯାଇଛି । ସଂକଳ୍ପ ସ୍ୱସ୍ତିକ ସାହୁଙ୍କ ସହ ୩୪ଜଣ ତହସିଲଦାରଙ୍କର ବଡ଼ଧରଣର ଅଦଳବଦଳ କରାଯାଇଥିବାନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି ।ଏହିଆଧାରରେ ଜ୍ୟୋତିର୍ମୟ କରଙ୍କୁ କେସିଙ୍ଗା ତହସିଲଦାର, ଏନ. ଜଗଜୀବନ ଚୌଧୁରୀଙ୍କୁ ନାରାୟଣପାଟଣା ତହସିଲଦାର, ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଡେପୁଟି କଲେକ୍ଟର ଗଞ୍ଜାମ, କଲ୍ୟାଣସିଂମିତ୍ର ଦେବୀଙ୍କୁ କୁକୁଡ଼ାଖଣ୍ଡି ତହସିଲଦାର, ରଞ୍ଜନ କୁମାର ପରିଡ଼ାଙ୍କୁ ଗୋପବନ୍ଧୁନଗର ତହସିଲଦାର, ଲଲାଟେନ୍ଦୁ ସିଙ୍କୁ ବାଙ୍ଗିରିପୋଷି ତହସିଲଦାର, ଅଭିଶେକ ଦାସଙ୍କୁ କୁଳିଅଣା ତହସିଲଦାର, ଦିଲ୍ଲୀପ କୁମାର ନାୟକଙ୍କୁ ପୋଲସରା ତହସିଲଦାର , ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ଏରସମା ତହସିଲଦାର, ରବିନ୍ଦ୍ର କୁମାର ସେଠିଙ୍କୁ କୁତ୍ରା ତହସିଲଦାର, ଜଗବନ୍ଧୁ ମଲ୍ଲିକଙ୍କୁ ବିଜାତଳ ତହସିଲଦାର, ଚିତ୍ତରଞ୍ଜନ ମୋହାନ୍ତଙ୍କୁ ଜାମଦା ତହସିଲଦାର, ସରୋଜ କୁମାର ପ୍ରୁସେଠଙ୍କୁ ବାରଗାଁ ତହସିଲଦାର, ରେଢ଼ାଖୋଲର ତହସିଲଦାର ଥିବା ରବି ବେହେରାଙ୍କୁ ବାରକୋଟ ତହସିଲଦାର ବରସିଅସ ଡୁଙ୍ଗଡୁଙ୍ଗଙ୍କୁ ରେଢ଼ାଖୋଲ ତହସିଲଦାର, ଅରୁନ୍ଧତୀ ପଟ୍ଟନାୟକଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର ଇଡକୋ, ଏ. ତ୍ରିପାଠୀଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର, ସରିକାରାଣୀ ଧାମେଲଙ୍କୁ ଲେଫ୍ରିପଡ଼ା ତହସିଲଦାର, ସିତାକାନ୍ତ ରାଉତଙ୍କୁ ବାଙ୍କି ଡେପୁଟି କଲେକ୍ଟର, ଶଶାଙ୍କ ପାତ୍ରଙ୍କୁ ବାଲିଗୁଡ଼ା ତହସିଲଦାର, ଆନନ୍ଦ କୁମାର ପଣ୍ଡାଙ୍କୁ ଗାଇସିଲେଟ ତହସିଲଦାର ଯୋଗେଶ୍ୱର ଭୋଇଙ୍କୁ ପାପଡ଼ାହାଣ୍ଡି ତହସିଲଦାର, ପୁଷ୍ପକ କୁମାର ପ୍ରଧାନଙ୍କୁ ସୁନ୍ଦରଗଡ଼ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ବୁଗୁଡ଼ା ତହସିଲଦାର, ଶିବ ପ୍ରସାଦ ପଟ୍ଟନାୟକଙ୍କୁ କୋଡିଙ୍ଗା ତହସିଲଦାର, ବିନୋଦ ବିହାରୀ ବେହେରାଙ୍କୁ ମାନେସର ତହସିଲଦାର, ପ୍ରିତମ କୁମାର ତନ୍ତିଙ୍କୁ ଲୋଇସିଂହା ତହସିଲଦାର ବିଜ୍ଞାନ କୁମ୍ଭାରଙ୍କୁ ବୀରମହାରାଜପୁର ତହସିଲଦାର, ଇପସିତା ପ୍ରିୟଦର୍ଶିନୀ ମିଶ୍ର (ଏସବି)ଙ୍କୁ ଗଞ୍ଜାମ ଡେପୁଟି କଲେକ୍ଟର, ଈଶ୍ୱର ଚନ୍ଦ୍ର ସାହୁଙ୍କୁ ମୋହନା ତହସିଲଦାର, ରାଜ କିଶୋର ଜେନାଙ୍କୁ ଡେପୁଟି କଲେକ୍ଟର ଗଞ୍ଜାମ, ଜନ୍ମେଜୟ ସାହୁଙ୍କୁ ଜି. ଉଦୟଗିରି ତହସିଲଦାର, ଦୀପକ କୁମାର ରାଉତଙ୍କୁ ତିରଙ୍ଗ ତହସିଲଦାର, ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

 

Leave A Reply

Your email address will not be published.