ମେ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

0 546

ପୁରୀ ୨୪ / ୪ ( ଏସଏସନିୟୁଜ) ମହାମାରୀ କରୋନା ପାଇଁ ଜଗା ଦର୍ଶନ ବନ୍ଦ ରହିଲା ।କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିରକୁ ମେ’ ୧୫ ଯାଏ ବନ୍ଦ ରଖାଯାଇଛି ।ଏଦ୍ଦ୍ୱାରା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେନାହି ।କିନ୍ତୁ ପ୍ରଭୁଙ୍କ ନୀତିକାନ୍ତି ହେବ,କରାଯିବ ରାଥ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ ।। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଥିବା ଟୁଇଟ କରି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲରେ ବୈଠକ ହୋଇଥିଲା । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଶ୍ରୀନ୍ଦିରର ଦର୍ଶନ ପାଇଁ ନୂଆ ଏସଓପି ନିର୍ଦ୍ଧାରଣ କରିବାକୁ ଆଲୋଚନା ହୋଇଥିଲା । ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ଓ ଛତିଶାନିଯୋଗ ସେବାୟତ ଯୋଗ ଦେଇଥିଲେ ।

Leave A Reply

Your email address will not be published.