ରାଜ୍ୟରେ ଆଜି ୬୬୪୭ ପଜିଟିଭ୍

0 214

ଭୁବନେଶ୍ୱର, ୨୪/୪ (ଏ୨ଏସନିୟୁଜ) ଆଜି ରାଜ୍ୟରେ ପୁଣି ୬୬୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୮୫୫ ସଙ୍ଗରୋଧରୁ ହୋଇଥିବାବେଳେ ୨୭୯୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାର ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୪୧, ବାଲେଶ୍ୱରରୁ ୫୩, ବରଗଡ଼ରୁ ୨୯୦, ଭଦ୍ରକରୁ ୪୧, ବଲାଙ୍ଗିରରୁ ୨୩୪, ବୌଦ୍ଧରୁ ୩୯, କଟକରୁ ୩୩୬, ଦେବଗଡ଼ରୁ ୩୪, ଢେଙ୍କାନାଳରୁ ୩୪, ଗଜପତିରୁ ୯୬, ଗଞ୍ଜାମରୁ ୧୬୧,ଜଗତସିଂହପୁରରୁ ୬୫, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୩୪୩, କଳାହାଣ୍ଡିରୁ ୩୬୧, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, କେନ୍ଦୁଝରରୁ ୧୮୩, ଖୋର୍ଦ୍ଧାରୁ ୧୧୮୯, କୋରାପୁଟରୁ ୬୭, ମାଲକାନଗିରିରୁ ୧୭, ମୟୂରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୨୨୪, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୫୫୯, ପୁରୀରୁ ୩୯୫, ରାୟଗଡ଼ାରୁ ୧୧୬, ସମ୍ବଲପୁରରୁ ୧୭୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୭୮୮ ଓ ଷ୍ଟେଟ୍ ପୁଲ୍‌ରୁ ୨୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରାମଣ ସଂଖ୍ୟା ବଢୁଥିବାବେଲେ ଏବେ ସର୍ବାଧିକ ୧୧୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.