ମିଆଁମାର ସ୍ଥିତି ସଙ୍ଗୀନ

ଖବର ଆଜିର,ତାରିଖ ୨୪-୦୪-୨୦୨୧/,ଶନିବାର

0 414

୧-ଆଇପିଏଲ୍ ୨୦୨୧ : ମୁମ୍ବାଇ ଇଣ୍ଡିଆନ୍ସକୁ ୯ ଉଇକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ।
୨-ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ; କଟକଣାକୁ ଜୋରଦାର କରିବା ପାଇଁ ପୋଲିସର କଡ଼ାକଡ଼ି ଚେକିଂ ।
୩-ଅକ୍ସିଜେନ ଅଭାବ ଦୂର କରିବାକୁ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଯେକୌଣସି ରାଜ୍ୟ ଅକ୍ସିଜେନ୍ ମାଗିଲେ ପଠାଇବ ଓଡ଼ିଶା ।
୪–ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ସାଧାରଣ ଯାତ୍ରୀଙ୍କ ଲାଗି ନିୟମିତ ‘ମୋ ବସ୍‌’ ସେବା ବନ୍ଦ ରହିବ: କ୍ରୁଟ୍
୫-୧୮ବର୍ଷ ବୟସ ନାଗରିକଙ୍କୁ ଟିକା : ୨୮ତାରିଖରୁ ପଞ୍ଜିକରଣ ।
୬-ଆସିଲା ଆଉ ଏକ କରୋନା ଟିକା : ଜାଏଡସ କାଡିଲାର ‘ଭିରାଫିନ୍’କୁ ମଞ୍ଜୁରୀ ।
୭-ଜରୁରୀ ସେବାପାଇଁ ଦରକାର ନାହିଁ ସ୍ବତନ୍ତ୍ର ପାସ୍‌, ଟ୍ବିନ୍ ସିଟିରେ ୬୮ଟି ଚେକ୍ ପୋଷ୍ଟ, କଡାକଡି କରାଯିବ ପାଟ୍ରୋଲିଂ : ସଟ୍‌ଡାଇନ୍ ନେଇ ସିପିଙ୍କ ପ୍ରେସମିଟ୍ ।
୮-ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାବି : କହିଲେ, ଦେଶର ଅକ୍ସିଜେନ୍ ପ୍ଲାଂଟକୁ ନିୟନ୍ତ୍ରଣକୁ ନେଉ ସେନା ।
୯-ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
୧୦-ଅକ୍ସିଜେନ୍‌’ ନିଅଣ୍ଟ ଯୋଗୁଁ ୨୪ ଘଣ୍ଟାରେ ଦିଲ୍ଲୀର ‘ସାର୍ ଗଙ୍ଗାରାମ ହସ୍ପିଟାଲ୍‌’ରେ ୨୫ ରୋଗୀ ମୃତ ।
୧୧-କରୋନା ପାଇଁ ଭାରତୀୟ ବିମାନ ଉପରେ ପ୍ରତିବନ୍ଧକ ଲଗାଇଲେ ବିଦେଶୀ ରାଷ୍ଟ୍ର ।
୧୨-ମିଆଁମାର ସ୍ଥିତି ସଙ୍ଗୀନ: WFP ରିପୋର୍ଟରେ ସାଙ୍ଘାତିକ ତଥ୍ୟ, ଆଗାମୀ ୬ ମାସ ମଧ୍ୟରେ ଖାଇବାକୁ ପାଇବେନି ୩୪ ଲକ୍ଷ ଲୋକ ।
୧୩-ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲିର କଂଗ୍ରେସ ପ୍ରାର୍ଥୀ ।
୧୪-ସ୍ମାର୍ଟ ସ୍କୁଲ ପାଇଁ ଫାଇଭ-ଟି ସଚିବଙ୍କ ବୈଠକ ।
୧୫-ରାଜ୍ୟ ପରିଚାଳିତ ହସ୍ପିଟାଲ୍‌ରେ ସ୍ଥାପନ ହେବ ଅକ୍ସିଜେନ୍ ଉତ୍ପାଦନ ପ୍ଲାଣ୍ଟ୍‌, ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ।
୧୬-ମୋଦିଙ୍କ ବୈଠକରେ କେଜରିୱାଲଙ୍କ ଭାଷଣର ସିଧାପ୍ରସାରଣକୁ ନେଇ କେନ୍ଦ୍ର ଖପ୍ପା, ଦୁଃଖ ପ୍ରକଟ କଲେ CMO । ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.