ଆଜିର ଅନୁଚିନ୍ତା

ତାରିଖ - ୨୪:୦୪:୨୦୨୧ (ଶନିବାର)

0 303

➡️ଜୀବନ ଏକ ଲମ୍ବା ରାସ୍ତା,,,,ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ ଆଉ ହସି ହସି ଚାଲିଲେ କେତେ ବେଳେ ରାସ୍ତା ସରିଯାଏ ଜଣାପଡେ ନାହିଁ ।
➡️ସ୍ନେହ, ପ୍ରେମ, ଶିକ୍ଷା ଓ ସମ୍ମାନ ଏହା କୋଉଠି ଦାନରେ ମିଳେନାହିଁ ।ଏହାକୁ ଅର୍ଜନ କରାଯାଏ ।
➡️ ଉଦ୍ଦେଶ୍ୟ ପୁରଣ ହେଇ ସାରିଲା ପରେ ମଣିଷର ଅସଲ ରୂପ ପଦାକୁ ଆସିଥାଏ ।
➡️କାହାକୁ ପାଇବା ନ ପାଇବା ବଡକଥା ନୁହେଁ ବଡ କଥା ହେଉଛି କଥା ଦେଇ କଥା ରଖିବା ।
➡️Work is God ,କର୍ମ ହିଁ ମାନବ ଧର୍ମର ପରିଚୟ,କର୍ମ ହିଁ ଜୀବନର ମାନଦଣ୍ଡ, କର୍ମ ହିଁ ଜୀବନର ମାର୍ଗଦର୍ଶକ, କର୍ମ ହିଁ ପରିଚୟ ଓ କର୍ମ ବିନା ମଣିଷ ଅଧୁରା ।
ପୃଷ୍ଠ ଭୂମି
?କେହି ପ୍ରାଣୀ ଅମର ରହିବ ବୋଲି ଭାବିବା ଉଚିତ୍ ନୁହେଁ । ଦିନେନାଦିନେ ତାକୁ ମୃତ୍ୟୁ କବଳିତ କରିବ । ଏଣୁ ଖରାପ କାମ କରିବା, ଅସତ ପଥରେ ଚାଲିବା, କୁସଙ୍ଗରେ ପଡିବା ଅପେକ୍ଷା ସତ୍ସଙ୍ଗ ଲାଭ କରି ସତ୍କର୍ମ କରିବା ଆବଶ୍ୟକ । ଏହାଦ୍ୱାରା ସତ୍ୟର ସୁଫଳ ମିଳିପାରିବ ।
?ଲାଳସା, ଲୋଭଠାରୁ ବଡ ରୋଗ ନାହିଁ, ଧୈର୍ଯ୍ୟ ଓ ସନ୍ତୋଷ ଠାରୁ ବଡ ସୁଖ ନାହିଁ ।
?ଏଇ ପୃଥିବୀରେ ଦୁଇ ଜଣ ଜ୍ୟୋତିଷ ଅଛନ୍ତି, ଜଣେ ଯିଏ ମନର କଥା ବୁଝିପାରେ ସିଏ ହେଉଛି “ମା” ଯିଏ ଭବିଷ୍ୟତର କଥା ବୁଝିପାରେ ସେ ହେଉଛନ୍ତି “ବାପା” ।
?ନିଜ ପରିବାର ମଧ୍ୟରେ ବି ବନ୍ଧୁତା କରାଯାଇପାରେ । ବୟସ୍କ ପୁତ୍ରକୁ ବନ୍ଧୁ ଭାବରେ ଗ୍ରହଣ କରିବା ଉଚିତ୍ । ନିଜର ସନ୍ତାନ ଠାରୁ ଭଲ ବନ୍ଧୁ କେହି ହୋଇନପାରେ ।
?ମୁଁ ଏ କାମ କାହିଁକି କରୁଛି? ଏହାର ପରିଣାମ କ’ଣ? ଏହାଦ୍ୱାରା ନିଜର ସଫଳତା ପ୍ରାପ୍ତ ହେବ କି? ଏଇ ତିନୋଟି ପ୍ରଶ୍ନକୁ ନିଜ ମଧ୍ୟରେ ବାରମ୍ବାର ଅନୁଶୀଳନ କରିବା ପରେ କାମଟିକୁ କଲେ ହୁଏତ ସଫଳତା ମିଳିପାରେ ।
ଆଜିର ସନ୍ଥବାଣୀ
?ସମୁଦ୍ର,ଦେଖିବାକୁ ତ ସୁନ୍ଦର କିନ୍ତୁ ସ୍ୱାଦରେ ନୁହେଁ। ଯଦି ସ୍ଵାଦରେ ନାହିଁ ତେବେ ଆମକୁ ଏତେ ମିଠା କାହିଁକି ଲାଗୁଛି? ସେହିପରି ନିମ ପତ୍ର କସା କିନ୍ତୁ ସାପ ଯାହାକୁ କାଟିଥାଏ ତାକୁ ନିମ ପତ୍ର ମିଠା ଲାଗେ ଯେ ପର‌୍ୟ୍ୟନ୍ତ ବିଷ ଶରୀରରେ ଥାଏ। ତେଣୁ ନିମ ପତ୍ର ଖାଇବାକୁ ଦେଉଥାନ୍ତୁ ଯାହାକୁ ସାପ କାଟିଛି।ବିଷ ଚାଲିଗଲା ପରେ ହିଁ ସେହି ନିମ ପତ୍ର କଷା ଲାଗିବ ।
?ଏଇ ପୃଥିବୀରେ ଦୁଇ ଜଣ ଜ୍ୟୋତିଷ ଅଛନ୍ତି, ଜଣେ ଯିଏ ମନର କଥା ବୁଝିପାରେ ସିଏ ହେଉଛି ” ମା ” ଯିଏ ଭବିଷ୍ୟତର କଥା ବୁଝିପାରେ ସେ ହେଉଛନ୍ତି ” ବାପା ” ।
?ପକ୍ଷୀମାନେ ବଞ୍ଚିଥିବା ବେଳେ ଜନ୍ଦା, ପିମ୍ପୁଡିମାନଙ୍କୁ ଖାଇଥାଆନ୍ତି । ସେହି ପକ୍ଷୀଟି ମରିଗଲେ ଜନ୍ଦା,ପିମ୍ପୁଡିମାନେ ତାକୁ ଖାଆନ୍ତି । ସମୟ ଓ ପରିସ୍ଥିତି କେତେବେଳେ ବି ପରିବର୍ତ୍ତନ ହେଇପାରେ ତେଣୁ ଆମେ କାହାରିକୁ ଛୋଟ ଭାବିବା ଉଚିତ୍ ନୁହେଁ ।
?ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି ।
?କାହାରି ରାଜମହଲ ଭଳି ଘର ଦେଖି ନିଜକୁ ଗରୀବ ଭାବନ୍ତୁ ନାହିଁ କାରଣ ମଶାଣି ସମସ୍ତଙ୍କପାଇଁ ଗୋଟିଏ ପ୍ରକାର ହିଁ ହୋଇଥାଏ ।
?ଜୀବନ ଆମକୁ Lease ରେ ମିଳିଛି, Registry ପଛରେ ପଡ଼ନ୍ତୁ ନାହିଁ। ତେଣୁକରି ସବୁବେଳ ମସ୍ତ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!

Leave A Reply

Your email address will not be published.