ବାରଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0 391

ବାରଙ୍ଗ,୮/୩(ଏସଏସନିୟୁଜ)ଆନ୍ତର୍ଜାତୀୟ ମହିଳା ଦିବସ ଭୁବନେଶ୍ୱର ଉପକଣ୍ଠ କେନ୍ଦୁପାଟଣା ଗ୍ରାମ ଡ୍ରିମ୍ ଭିଲାରେ ପାଳନ ହୋଇଯାଇଛି।ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସ ପାଳନ କରାଯାଏ।ଆଜିର ଏହି କାର‌୍ୟ୍ୟକ୍ରମରେ ଅଞ୍ଚଳର ବହୁ ମହିଳା ଓ ଯୁବତୀ ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା।ପରେ ଏଥିରେ ସଠିକ୍ ଉତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିସହ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।ପରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ସବିତା ପଟ୍ଟନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମହିଳା ମାନଙ୍କ ଅଧିକାର,ପୁରୁଷ ଙ୍କ ସହିତ କିପରି ସମକକ୍ଷ ହୋଇପାରିବେ,ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ।ମୁଖ୍ୟ ଅତିଥି ଭାବରେ କୁଞ୍ଜବିହାରୀ ମହାବିଦ୍ୟାଳୟ ଇଂରାଜୀ ବିଭାଗର ମୁଖ୍ୟ ଡ଼ାଃ ଲିପି ପୁଷ୍ପା ନାୟକ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ତ୍ରିନାଥ ଲେଙ୍କା,ବିଭୂତି ଦାସ ଯୋଗ ଦେଇ ମହିଳା ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ସୁଜାତା ରଥ ପରିଚଳନା କରିଥିବା ବେଳେ ଚିତ୍ତରଞ୍ଜନ ଚୌଧୁରୀ ପରିଚଳନା କରିଥିଲେ।

Leave A Reply

Your email address will not be published.