ବାସନ୍ଦ ହେଲେ ସରପଞ୍ଚ

0 384

ସାକ୍ଷୀଗୋପାଳ,୨/୮(ଏସଏସନିୟୁଜ)ଲୋକମାନେ ବାଛିଥିଲେ ସେମାନଙ୍କ କାମ କରିବାପାଇଁ ।ଆପଦବିପଦରେ ପାଖରେ ଛିଡାହେବାପାଇଁ ।ଗ୍ରାମର ଉନ୍ନତି ପାଇଁ, କିନ୍ତୁ ସେଭଳି ହେଲାନାହିଁ ।ଲୋକଙ୍କ ଉନ୍ନତି ବଦଳରେ ନିଜର ଉନ୍ନତି ପାଇଁ ବିଶେଷଧ୍ୟାନ ଦେଲେ ସରପଂଚ ।ଶେଷରେ ସରପଂଚଙ୍କୁ ବାସନ୍ଦ ହେବାକୁ ପଡିବାକୁ ପଡିବ ସେ ଜାଣିନଥିଲେ । ଏହିଭଳି ଏକ ଘଟଣା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଏକ ଗ୍ରାମ ପଞ୍ଚାୟତରେ ଘଟିଥିବାର ଚର୍ଚ୍ଚା ଯୋରଧରିଛି । ସରପଞ୍ଚ ଜଣଙ୍କ ଗ୍ରାମମାନଙ୍କର ବିକାଶପାଇଁ ସେଭଳି କାର‌୍ୟ୍ୟ ନ କରିବା ସହ ହାତଗୁଞ୍ଜା ନେଉଥିବାରୁ ଏହାକୁ ବିରୋଧ କରିଛନ୍ତି ୪ଟି ଗ୍ରାମବାସୀ । ଗ୍ରାମବାସୀମାନେ ଏକାଠି ହୋଇ ସରପଞ୍ଚଙ୍କୁ ବାସନ୍ଦ କରିଛନ୍ତି ।କେବଳ ଏତିକି ନୁହେଁ ଯିଏ ସରପଂଚଙ୍କ ସହ କଥାହେବ ସେ  ଗ୍ରାମ କୋଠକୁ ପାଞ୍ଚ ହଜାର ଟଙ୍କା ଦେବା ସହ ପାଞ୍ଚଥର ଗ୍ରାମସଭାରେ ମୁଣ୍ଡିଆ ମାରିବାକୁ ପଡିବ ବୋଲି ନିସ୍ପତି ନିଆଯାଇଥିବା ନେଇ ଚର୍ଚ୍ଚା  ସେ ଅଞ୍ଚଳରେ ଜୋର ଯୋର ଧରିଛି ।

 

Leave A Reply

Your email address will not be published.