ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

0 339

ଭୁବନେଶ୍ୱର,୩/୮(ଏସଏସନିୟୁଜ) ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ଆଜି ଖୋଲିଛି । ସ୍ୱତନ୍ତ୍ର ଗାଇଡଲାଇନ୍ ରେ ପର‌୍ୟ୍ୟଟକଙ୍କୁ ମିଳିଛି ପରିଭ୍ରମଣ ସୁବିଧା । ତେବେ କରୋନା କଟକଣା ମଧ୍ୟରେ ପର‌୍ୟଟକ ମାନେ ଚିଡିଆଖାନାର ମଜା ଉଠାଇ ପାରିବେ ।ଏଥିନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ଏହାସହ ପ୍ରବେଶ ପଥରେ ଥର୍ମାଲ ସ୍କ୍ରନିଂ ମଧ୍ୟ କରାଯାଉଛି । ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ ଉପରେ ରୋକ୍ ଲଗାଯାଇଛି ।ପରିସରରେ ସାମାଜିକଦୁରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି । ପଶୁ ପକ୍ଷୀଙ୍କ ପ୍ରତି କରୋନା ସଂକ୍ରମଣର ଭୟ ରହିଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ତୁଖୁଆଡକୁ ନଛୁଇଁବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି ।ପର୍ଯ୍ୟଟକମାନଙ୍କ ସଂଖ୍ୟା ବହୁତ କମ ଥିବାବେଳେ ଦୋକାନବଜାର ମଧ୍ୟ ଖୋଲିବା ଆରମ୍ଭ ହୋଇଛି ।ଜିବିକା ହରାଇ ରହିଥିବା ଛୋଟଛୋଟ ବ୍ୟବସାୟୀମାନେ ବେଶ ଖୁସି ଥିବାର ଜଣାପଡିଛି ।

Leave A Reply

Your email address will not be published.