କଟକ, ୩/୮(ଏସଏସନିୟୁଜ) କରୋନା କଟକଣା ମଧ୍ୟରେ ଆସନ୍ତାକାଲିଠୁ କଟକ ଜିଲ୍ଲାର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଯାଉଛି । କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ମନ୍ଦିରକୁ ଯିବା ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ଅନ୍ୟ ସବୁ କୋଭିଡ୍ ନିୟମର ଅନୁପାଳନ କରିବାକୁ କଟକ ବାସୀଙ୍କୁ ନିବେଦନ କରାଯାଇଥିବା ବେଳେ କଟକ ସହରରେ ମନ୍ଦିର ଖୋଲିବ କି ନାହିଁ ତା ନେଇ ସିଏମସି ନିଷ୍ପତି ନେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।