ପିସିଆର ଆଗରେ ମାରିଲେ ଗୁଳି

0 654

ଭୁବନେଶ୍ୱର, ୩/୮(ଏସଏସନିୟୁଜ) ପିସିଆର ଭ୍ୟାନକୁ ଡକାଇଲେ ,ପୋଲିସ ଆଗରେ ନିଜ ପେଟକୁ ଗୁଳି କଲେ ସୁରକ୍ଷାକର୍ମୀ ।ଏହିଭଳି ଘଟଣା ଆଜି ଭୁବନେଶ୍ୱର ଗଙ୍ଗନଗରରେ ଘଟିଛି ।ଆତ୍ମହତ୍ୟା କରିଥିବା ସୁରକ୍ଷା କର୍ମୀଙ୍କ ନାମ କୃଷ୍ଣଚନ୍ଦ୍ର ଦାସ ।ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ । କଲୋନୀର ରାଜେନ୍ଦ୍ର ମହାନ୍ତିଙ୍କ ସହ ତାଙ୍କର ପୂର୍ବରୁ ଗଣ୍ଡଗୋଳ ହୋଇଥିବାବିଷୟରେ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।ଜାହାକୁ ନେଇ ସେ ମାନସିକ ଚାପରେ ରହିବାସହ ପିସିଆର ଭ୍ୟାନକୁ ଡ଼କାଇ ପୋଲିସ ଉପସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ନିଜ ବନ୍ଧୁକରୁ ନିଜ ପେଟକୁ ଗୁଳି କରିଛନ୍ତି ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।ଚିକିସ୍‌ାପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ସିକ୍ୟୁରିଟି ଗାର୍ଡଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.